ଅନୁଗୋଳ: ଜିଲ୍ଲାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସ୍ମାର୍ଟ ସିଟି ସର୍ଭଲାନ୍ସ । ଅପରାଧୀଙ୍କୁ ଜଗିବା ସହ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ଜଗିବ ଏହି ସ୍ମାର୍ଟ CCTV । ହାଇଦ୍ରାବାଦ ପରେ ଏହା ଓଡିଶାରେ ପ୍ରଥମ ଓ ଦେଶର ଦ୍ଵିତୀୟ ସ୍ମାର୍ଟ ସିଟି ସର୍ଭଲାନ୍ସ ବ୍ୟବସ୍ଥା ହେବ।
ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବିଧାନ ସଭା ଉପବାଚସ୍ପତି ରଜନୀକାନ୍ତ ସିଂହ । ଏହି ବ୍ୟବସ୍ଥାରେ ସହରରେ 8ଟି ସ୍ଥାନରେ 45ଟି ଅତ୍ୟାଧୁନିକ କ୍ୟାମେରା ଲଗାଯାଇଛି । ଅତ୍ୟାଧୁନିକ ସିସିଟିଭି କ୍ୟାମେରା ସାହାଯ୍ୟରେ ପୁରା ସହରର ଅପରାଧକୁ ନିୟନ୍ତ୍ରଣ ଓ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ଗୋଟିଏ କଣ୍ଟ୍ରୋଲ ରୁମରେ ବସି ପୁରା ସହର ଉପରେ ନଜର ରଖିବ ପୋଲିସ । ଖାଲି ସେତିକି ନୁହେଁ ଏଥିରେ ଖଞ୍ଜାଯାଇଥିବା ଡାଟା ବେସ୍ ଅଧାରରେ ଅପରାଧୀଙ୍କ ମୁହଁକୁ ଚିହ୍ନଟ କରିବ ସିସିଟିଭି । ଯାହା ପୋଲିସକୁ ଅପରାଧ ରୋକିବାରେ ସହାୟକ ହେବ ବୋଲି କହିଛନ୍ତି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ।