ଅନୁଗୋଳ: ରାଜ୍ୟରେ ବଢିଚାଲିଛି ପାରଦ, ପ୍ରତିଦିନ ରେର୍କଡ ଭାଙ୍ଗୁଛି ତାପମାତ୍ରା । ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନ ଜୀବନ । ପଶ୍ଚିମ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶା ସିଝୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବରେ। ରାଜ୍ୟର ତତଲାଗଡ କୁହାଯାଥିବା ଟିଟାଲାଗଡକୁ ବଳି ଯାଇଛି ତାଲଚେରର ତାପମାତ୍ରା । ପ୍ରଚଣ୍ଡ ରୌଦ୍ରତାପରେ ତାଲଚେର ସହର ଜଳୁଥିବା ବେଳେ ଖରାରୁ ରକ୍ଷା ପାଇବା ପାଇଁ ସରକାର ଜାରି କରିଛନ୍ତି ନିର୍ଦେଶନାମା ।
ସୂର୍ଯ୍ୟ ଦେବତାଙ୍କ ପ୍ରକୋପରେ ତ୍ରାହି ତ୍ରାହି ଡାକୁଛନ୍ତି ସମଗ୍ର ତାଲଚେର ବାସିନ୍ଦା । ଗୋଟିଏ ପଟେ ସୂର୍ଯ୍ୟଙ୍କ କୋପ ଅନ୍ୟପଟେ କୋଇଲା ଖଣିରେ ଲାଗିଥିବା ନିଆଁର ତାତିରେ ସିଝୁଛନ୍ତି ସ୍ଥାନୀୟ ବାସିନ୍ଦା । ଦିନ ବଢିବା ସହ ବଢୁଛି ତାପମାତ୍ର" ଫଳରେ ସକାଳ 10ଟା ସୁଦ୍ଧା ତାଲଚେର ରାସ୍ତା ଘାଟ ହୋଇ ପଡୁଛି ଶୂନସାନ ।