ଓଡିଶା

odisha

ETV Bharat / state

ରୋଗ ଯନ୍ତ୍ରଣା ହେଲା ଅସହ୍ୟ, ପୋଲରୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା - old woman

ପୋଲରୁ ଉପରୁ ଡେଇଁ ବୃଦ୍ଧଙ୍କ ଆତ୍ମହତ୍ୟା । ଦୀର୍ଘଦିନରୁ ଉଚ୍ଚ ରକ୍ତ ଚାପରେ ପୀଡିତ ଥିଲେ । ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଅନୁମାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jun 4, 2019, 1:34 PM IST

ଅନୁଗୋଳ: ବ୍ରିଜ ଉପରୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା । ମାନସିକ ଭାରସାମ୍ୟ ହରାଇ ପୋଲ ତଳକୁ ଡେଇଁ ଥିବା ଅନୁମାନ କରାଯାଉଛି । 55 ଜାତୀୟ ରାଜପଥର ଲିଙ୍ଗରା ନାଳ ଉପରେ ଥିବା ହୁଲୁରିସିଂହା ପୋଲ ଉପରୁ ବୃଦ୍ଧା ଜଣକ ଆତ୍ମହତ୍ୟା କରିଛନ୍ତି । ବୃଦ୍ଧାଙ୍କ ନାମ ନୟନୀ ବେହେରା ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ


ସୂଚନାଯୋଗ୍ୟ, ନୟନୀ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ବିଭିନ୍ନ ଔଷଧ ଖାଇବା ସତ୍ତ୍ବେ କୌଣସି ସୁଧାର ଆସୁ ନଥିଲା । ତେଣୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ନୟନୀଙ୍କର ମୃତ୍ୟୁ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details