ଓଡିଶା

odisha

ETV Bharat / state

ଆବର୍ଜନାର ଗନ୍ଥାଘର ଅନୁଗୋଳ, ପ୍ରତିକାର ଦାବିରେ SUCIର ବିକ୍ଷୋଭ

ଅଳିଆର ପାହାଡ ଭିତରେ ଅନୁଗୋଳବାସୀ । ଗତ 3ରୁ 4 ମାସ ଧରି ଜନଗହଳିପୂର୍ଣ୍ଣ ସ୍ଥାନରୁ ହଟିନି ଅଳିଆ । ଏହାକୁ ପ୍ରତିବାଦ କରି କମ୍ୟୁନିଷ୍ଟ ସଦସ୍ୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

By

Published : May 29, 2019, 2:53 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ବିପର୍ଯ୍ୟସ୍ତ ଅବସ୍ଥାରେ ଜିଲ୍ଲା ପୌରପାଳିକା ପରିମଳ ବ୍ୟବସ୍ଥା । ସହରରେ ପାହାଡ ଭଳି ପଡିରହିଛି କୁଢ କୁଢ ଆବର୍ଜନା । ଆଖି ଯୁଆଡେ ଯାଉଛି କେବଳ ଅଳିଆ ଆଉ ଦୁର୍ଗନ୍ଧ । ଏହାକୁ ପ୍ରତିବାଦ କରି (SUCI) କମ୍ୟୁନିଷ୍ଟ ସଦସ୍ୟ ଏକତ୍ର ହୋଇ ଏକ ଶୋଭାଯାତ୍ରାରେ ବହାରିଛନ୍ତି । ଏହାପରେ ସେମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ ଏବେ ଅଳିଆର ଗନ୍ତାଘର । ବସଷ୍ଟାଣ୍ଡ, ଡାକ୍ତରଖାନା, ଗଳିକନ୍ଦି, ବଜାର ସବୁ ଜଳଗହଳିପୂର୍ଣ୍ଣ ସ୍ଥାନରେ ଆବର୍ଜନା ପଡିରହିଛି । ଦିନେ କି 2 ଦିନ ନୁହେଁ ଗତ 3-4 ମାସ ଧରି ଏପରି ଅଳିଆ ଏହି ଜାଗାଗୁଡିକରୁ ହଟାଉନି ପୌରପାଳିକା । ଯାହା ଫଳରେ ନାନା ରୋଗ ହେବା ସହ ପରିବେଶ ପ୍ରଦୂଷିତ ହେଉଛି । ଏଭଳି ବିପର୍ଯ୍ୟସ୍ତ ବ୍ୟବସ୍ଥାର ସୁଧାର ପାଇଁ କାହାରି ନଜର ମଧ୍ୟ ନାହିଁ । ତେଣୁ ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ସଂଗଠନ ।

ଜିଲ୍ଲା ପ୍ରଶାସନ ଯଦି ଏହାର ପ୍ରତିକାର ନ କରନ୍ତି ତେବେ ଅନୁଗୋଳ ଖୁବଶୀଘ୍ର ରୋଗାଗ୍ରସ୍ଥ ହେବାକୁ ବିଳମ୍ବ ହେବନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details