ଓଡିଶା

odisha

ETV Bharat / state

ପରୀକ୍ଷାରୁ ବଞ୍ଚିତ ହୋଇ କଲେଜ ଗେଟରେ ତାଲା ପକାଇଲେ ଛାତ୍ରୀ

ପ୍ରଶ୍ନପତ୍ର ନପାଇ ଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ଛାତ୍ରୀ । ଏହାକୁ ବିରୋଧ କରି କଲେଜ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jun 27, 2019, 9:14 PM IST

Updated : Jul 1, 2019, 4:50 PM IST

ଅନୁଗୋଳ: କଲେଜ କର୍ତ୍ତୃପକ୍ଷ ଦେଉନାହାନ୍ତି ପ୍ରଶ୍ନପତ୍ର । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କଲେଜ ଛାତ୍ରୀ । କଲେଜ ଫାଟକରେ ତାଲା ପକାଇ କରୁଛନ୍ତି ଆନ୍ଦୋଳନ । ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେରରେ ଥିବା ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାନୁସାରେ, ଗତ ୨୬ ତାରିଖରେ ଯୁକ୍ତ ୩ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା ଥିଲା । ତେବେ କଲେଜର କିଏ ଅଧକ୍ଷ ହେବ ଓ କାହା ଅଧିନରେ ଏହି ପରୀକ୍ଷା ହେବ ତାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଦାୟିତ୍ୱରେ ଥିବା ପ୍ରତିଭା ଦାସ ପିଲାଙ୍କ ପ୍ରଶ୍ନପତ୍ର ଗ୍ରହଣ କରିବା ବେଳେ ତାଙ୍କୁ ସରକାର ଦାୟିତ୍ୱରୁ ଅବ୍ୟାହତି ଦେଇଥିଲେ । ଯାହାର ଆଳ କରି ସେ ପିଲାଙ୍କୁ ପ୍ରଶ୍ନପତ୍ର ଦେଉନଥିଲେ । ଫଳରେ ପ୍ରଶ୍ନପତ୍ର ନପାଇ ଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ ।

ଏନେଇ ଛାତ୍ରୀମାନେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଗୁରୁବାର ଫାଟକରେ ତାଲା ପକାଇ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝାଇବା ବିଫଳ ହୋଇଥିଲା । ପରେ ପ୍ରଶାସନର ହସ୍ତକ୍ଷେପରେ ନୂଆ ଅଧକ୍ଷଙ୍କୁ ଦାୟିତ୍ୱ ମିଳିବା ପରେ ଆନ୍ଦୋଳନରୁ ଓହରିଥିଲେ ଛାତ୍ରଛାତ୍ରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jul 1, 2019, 4:50 PM IST

ABOUT THE AUTHOR

...view details