ଓଡିଶା

odisha

ETV Bharat / state

ଅନୁଗୋଳରେ ଆୟୋଜିତ ହେବ ରାଜ୍ୟସ୍ତରୀୟ ବରିଷ୍ଠ କବାଡି ଚମ୍ପିଆନସିପ - କବାଡି ଚମ୍ପିଆନସିପ

ଅନୁଗୋଳରେ ଆୟୋଜିତ ହେବ ୭୦ତମ ସିନିୟର ରାଜ୍ୟ କବାଡି ଚମ୍ପିଆନସିପ୍ (State level Senior Kabaddi Championship) । ଉଭୟ ମହିଳା ଓ ପୁରୁଷ ଖେଳାଳିଙ୍କୁ ମିଶାଇ ୯୧୦ଜଣଙ୍କୁ ଦେଖିବ ଅନୁଗୋଳ । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ବରିଷ୍ଠ କବାଡି ଚମ୍ପିଆନସିପ
ରାଜ୍ୟସ୍ତରୀୟ ବରିଷ୍ଠ କବାଡି ଚମ୍ପିଆନସିପ

By

Published : Dec 18, 2022, 10:42 AM IST

ରାଜ୍ୟସ୍ତରୀୟ ବରିଷ୍ଠ କବାଡି ଚମ୍ପିଆନସିପ

ଅନୁଗୋଳ: ଜିଲ୍ଲାରେ ଆୟୋଜିତ ହେବ ୭୦ତମ ସିନିୟର ରାଜ୍ୟ କବାଡି ଚମ୍ପିଅନସିପ୍ । ଉଭୟ ମହିଳା ଓ ପୁରୁଷ ଖେଳାଳିଙ୍କୁ ମିଶାଇ ୯୧୦ଜଣଙ୍କୁ ଦେଖିବ ଅନୁଗୋଳ । ରାଜ୍ୟର ୨୯ଟି ଜିଲ୍ଲାରୁ ଖେଳାଳିମାନେ ଆସି ଏଠାରେ ନିଜର ଖେଳ ପ୍ରଦର୍ଶନ କରିବେ । ଦଳରେ ୧୪ ଜଣ ଲେଖାଏଁ ରହୁଥିବା ବେଳେ ଏଥିରୁ ୧୨ ଜଣ ପ୍ରତିଯୋଗୀ, ଜଣେ ମ୍ୟାନେଜର ଓ ଜଣେ କୋଚ୍ ରହିଛନ୍ତି । ଆସନ୍ତା 22 ରୁ 24 ପର୍ଯ୍ୟନ୍ତ ଚାଲିବ କବାଡି ମୁକାବିଲା ।

ରାଜ୍ୟରେ ଆସନ୍ତାବର୍ଷ ଜାନୁଆରୀରୁ ଆରମ୍ଭ ହେବ ହକି ମହାକୁମ୍ଭ । ଯାହାର ଆୟୋଜନ ପୂର୍ବରୁ ଏବେ ପ୍ରତ୍ୟେକ ଜିଲ୍ଲା ମାନଙ୍କରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହେଉଛି । ଅନୁଗୋଳ ଜିଲ୍ଲା ପ୍ରଶାସନ ଓ କଟକ କବାଡି ଆସୋସିଏସନର ମିଳିତ ଉଦ୍ୟମରେ ରାଜ୍ୟସ୍ତରୀୟ କବାଡି ଚମ୍ପିଆନସିପ ଆୟୋଜନ ହେବ । ସାରା ଓଡ଼ିଶାର ୨୯ଟି ଜିଲ୍ଲାରୁ ଖେଳାଳିମାନେ ଏଠାରେ ନିଜର ଖେଳ ପ୍ରଦର୍ଶନ କରିବେ । ଏହି ଦଳ ମାନଙ୍କରେ ୧୪ ଜଣ ଲେଖାଏଁ ରହୁଥିବା ବେଳେ ଏଥିରୁ ୧୨ ଜଣ ପ୍ରତିଯୋଗୀ, ଜଣେ ମ୍ୟାନେଜର ଓ ଜଣେ କୋଚ୍ ରହିଛନ୍ତି । ସର୍ବମୋଟ ୨୯ଜିଲ୍ଲା ୫୯ଟି ଦଳ ଖେଳିବାକୁ ଥିବା ବେଳେ ଏଥିରେ ସମାନ ଭାବେ ୨୯ଟି ମହିଳା ଓ ପୁରୁଷ ଦଳ ରହିବ ।

ଏହା ବି ପଢନ୍ତୁ...T20 Blind World Cup: ଭାରତର ବୃହତ ବିଜୟ, ଲଗାତାର ତୃତୀୟ ଥର ପାଇଁ ବିଶ୍ୱ ଚମ୍ପିଆନ୍

ଏହାଦ୍ବାରା ୬ଟି ଅତିରିକ୍ତ ଦଳ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି । ଏଥି ମଧ୍ୟରେ ରେଳବାଇ ଦଳ, ଓଡିଶା ପୋଲିସ ଦଳ, ଆରଏସପି ରାଉରକେଲା,ଏନଆରଆରଆଇ, କିଟ ଭୁବନେଶ୍ବର, ହାଇଟେକ ଭୁବନେଶ୍ବର ଆଦି ଦଳ ଭାଗ ନେବେ । ଅନୁଗୋଳ ସହର ମଧ୍ୟରେ ଥିବା ବିଜୁ ମୈଦାନ ଠାରେ ଖେଳ ଅନୁଷ୍ଠିତ ହେବ । ୨୨ତାରିଖ ଠାରୁ ଆରମ୍ଭ ହୋଇ ୨୪ତାରିଖ ଯାଏ ଚାଲିବ । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନେଇ ସୂଚନା ଦେଇଛନ୍ତି । ଚମ୍ପିଆନସିପରୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details