ଅନୁଗୋଳ:ଜିଲ୍ଲାରେ ରାଜ୍ୟସ୍ତରୀୟ ସିନିଅର କବାଡି ଚମ୍ପିଆନସିପ ଶେଷ ହୋଇଛି । ଏଥିରେ ଇଷ୍ଟକୋଷ୍ଟ ରେଲୱେ ଓ କଟକ ଟିମ୍ ବାଜି ମାରି ନେଇଛନ୍ତି । ମହିଳା ବର୍ଗରେ ଇଷ୍ଟ କୋଷ୍ଟ ଚମ୍ପିଆନ ହୋଇଥିବା ବେଳେ ପୁରୁଷ ବର୍ଗରେ କଟକ କବାଡ଼ି ଟିମ୍ ଚମ୍ପିଆନ ହୋଇଛନ୍ତି ।
ରାଜ୍ୟସ୍ତରୀୟ ୭୦ତମ ସିନିଅର କବାଡି ଚମ୍ପିୟାନସିପ 3 ଦିନ ଧରି ଚାଲିଥିଲା । ରାଜ୍ୟ କବାଡି ଆସୋସିଏସନ ଓ ଅନୁଗୋଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି ଚମ୍ପିଆନସିପ୍ର ଆୟୋଜନ ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାର 32ଟି ପୁରୁଷ ଓ 24ଟି ମହିଳା ଦଳ ଏହି ଚମ୍ପିଆନସିପ୍ରେ ଭାଗ ନେଇଥିଲେ । ତିନିଦିନ ଧରି ଉଭୟ ଲିଗ୍ ଓ ନକ୍ଆଉଟ ପର୍ଯ୍ୟାୟରେ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଚୟନ କରାଯାଇ ମହାରାଷ୍ଟ୍ରର ଦିବାଙ୍ଗିରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ପାଇଁ ପଠାଯିବ । ଏଥିରେ 900ରୁ ଅଧିକ ଖେଳାଳି ଭାଗ ନେଇଥିଲେ ।
ଚମ୍ପିଆନସିପର ଉଦଯାପନୀ କାଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ସହ ଅନ୍ୟ ଅତିଥିମାନେ ଯୋଗ ଦେଇ ଚମ୍ପିଆନ, ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମହିଳା ବର୍ଗରେ କିଟ୍ ଭୁବନେଶ୍ବର ଓ ପୁରୁଷ ବର୍ଗରେ ସୋନପୁର ଦଳ ରନର୍ସ ଅପ୍ ହୋଇଛନ୍ତି ।