ଓଡିଶା

odisha

ଉପବାଚସ୍ପତିଙ୍କ କାର୍ଯ୍ୟକ୍ରମରେ ନାହିଁ କୋରୋନା ଭୟ! ସାମାଜିକ ଦୂରତାକୁ ବେଖାତିର

By

Published : Aug 31, 2020, 7:53 PM IST

ଅନୁଗୋଳ ସରକାରୀ ବସ ଷ୍ଟାଣ୍ଡରେ ସୋମବାର ଉପ ବାଚସ୍ପତି ରଜନୀକାନ୍ତ ସିଂ ଜେଇଇ ମେନ ପ୍ରବେଶିକା ପରୀକ୍ଷା ପାଇଁ ଯାଉଥିବା ପରୀକ୍ଷାର୍ଥୀଙ୍କ ସ୍ବାଗତ କରିବା ସହ ତାଙ୍କ ଯାତ୍ରାର ଶୁଭାରମ୍ଭ ପାଇଁ ଅତିଥି ଭାବେ ଯୋଗ ଦେବାକୁ ଆସିଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ସମାଜିକ ଦୂରତାର ନିୟମକୁ ଭୁଲିଯାଇଥିଲେ ସମସ୍ତେ । ଅଧିକ ପଢନ୍ତୁ...

ଉପବାଚସ୍ପତିଙ୍କ କାର୍ଯ୍ୟକ୍ରମରେ ନାହିଁ କୋରୋନା ଭୟ! ସାମାଜିକ ଦୂରତାକୁ ବେଖାତିର
ଉପବାଚସ୍ପତିଙ୍କ କାର୍ଯ୍ୟକ୍ରମରେ ନାହିଁ କୋରୋନା ଭୟ! ସାମାଜିକ ଦୂରତାକୁ ବେଖାତିର

ଅନୁଗୋଳ: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଏପରିସ୍ଥିତିରେ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଉଭୟ ସ୍ବାସ୍ଥ୍ୟ ବିଭାଗ ଓ ସରକାରଙ୍କ ପକ୍ଷରୁ ବାରମ୍ବାର ପରାମର୍ଶ ଦିଆଯାଉଥିବା ବେଳେ ଖୋଦ ଉପ ବାଚସ୍ପତି କଯ୍ୟକ୍ରମଙ୍କ କାର୍ଯ୍ୟକ୍ରମରେ ରହିନାହିଁ ସମାଜିକ ଦୂରତାର ଚିହ୍ନବର୍ଣ୍ଣ । ଏହା ହେଉଛି ତାର ଚିତ୍ର ।

ଉପବାଚସ୍ପତିଙ୍କ କାର୍ଯ୍ୟକ୍ରମରେ ନାହିଁ କୋରୋନା ଭୟ! ସାମାଜିକ ଦୂରତାକୁ ବେଖାତିର

ଅନୁଗୋଳ ସରକାରୀ ବସ ଷ୍ଟାଣ୍ଡରେ ସୋମବାର ଉପ ବାଚସ୍ପତି ରଜନୀକାନ୍ତ ସିଂ ଜେଇଇ ମେନ ପ୍ରବେଶିକା ପରୀକ୍ଷା ପାଇଁ ଯାଉଥିବା ପରୀକ୍ଷାର୍ଥୀଙ୍କ ସ୍ବାଗତ କରିବା ସହ ତାଙ୍କ ଯାତ୍ରାର ଶୁଭାରମ୍ଭ ପାଇଁ ଅତିଥି ଭାବେ ଯୋଗ ଦେବାକୁ ଆସିଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ସମାଜିକ ଦୂରତାର ନିୟମକୁ ଭୁଲିଯାଇଥିଲେ ସମସ୍ତେ ।

ଉପବାଚସ୍ପତିଙ୍କ କାର୍ଯ୍ୟକ୍ରମରେ ନାହିଁ କୋରୋନା ଭୟ! ସାମାଜିକ ଦୂରତାକୁ ବେଖାତିର

ସରକାରଙ୍କ ପକ୍ଷରୁ ଜେଇଇ ମେନ ପ୍ରବେଶିକା ପରୀକ୍ଷା ପାଇଁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ଯୋଗାଇ ଦିଆଯାଇଛି ସମସ୍ତ ପ୍ରକାରର ସୁବିଧା । ଜିଲ୍ଲାରୁ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କ ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଉପ ବାଚସ୍ପତି । ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ଦଳୀୟ କର୍ମଚାରୀମାନେ ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ସମାଜିକ ଦୂରତା ନଥିବା ଦେଖିବାକୁ ମିଳିଥିଲା । ଏନେଇ କେହି ପ୍ରତିକ୍ରିୟା ଦେବାକୁ ମାନା କରିଛନ୍ତି ।

ଉପବାଚସ୍ପତିଙ୍କ କାର୍ଯ୍ୟକ୍ରମରେ ନାହିଁ କୋରୋନା ଭୟ! ସାମାଜିକ ଦୂରତାକୁ ବେଖାତିର

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details