ଅନୁଗୋଳ: ଆନ୍ତର୍ଜାତୀୟ ବାଘ ଦିବସରେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଶିକାରୀ ଗିରଫ। ଏଠାରେ ଶିକାର କରିବା ଅଭିଯୋଗରେ 7 ଜଣକୁ ଗିରଫ କରିଛି ବନ ବିଭାଗ । ପୁରୁଣାକୋର୍ଟ ରିଜର୍ଭ କମ୍ପାର୍ଟମେଣ୍ଟ-୬ରୁ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୪ ପୁରୁଷ ଥିବା ବେଳେ ୩ ମହିଳା ଶିକାରୀ ରହିଛନ୍ତି।
ହରିଣ ମାଂସ ଓ ଚମଡ଼ ସହ ଶିକାରୀ ଗିରଫ
ଅନୁଗୋଳର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରୁ 7 ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୮ କେଜି ହରିଣ ମାଂସ ସହ ଚମଡ଼ା ଜବତ ହୋଇଛି ।
ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ
ସେମାନଙ୍କ ନିକଟରୁ ୮.୫ କେଜି ହରିଣ ମାଂସ ଓ ଚମଡ଼ା ମଧ୍ୟ ଜବତ ହୋଇଛି । ଏମାନେ ଫାଶ ବସାଇ ହରିଣ ଶିକାର କରୁଥିଲେ । ଗିରଫ ଶିକାରୀ ସମସ୍ତେ କୋଲହ ସାହିର ବୋଲି ଜଣାପଡିଛି । ଅଧିକାଂଶ ସମୟରେ ଏଭଳି ଜନ୍ତୁ ଶିକାର ନେଇ ଅଭିଯୋଗ ହେଉଥିଲେ ମଧ୍ୟ କାଁ ଭାଁ କାହାକୁ ବନ ବିଭାଗ ଗିରଫ କରୁଥିବା ଦେଖାଯାଉଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ