ଓଡିଶା

odisha

ETV Bharat / state

ଗାଁରେ ପହଞ୍ଚୁନି ଆମ୍ବୁଲାନ୍ସ , ଖଟିଆରେ ବୁହା ହେଉଛନ୍ତି ରୋଗୀ - ଅନୁଗୋଳ ଖବର

ଶିଳ୍ପାଞ୍ଚଳ ଜିଲ୍ଲାରେ ରାସ୍ତା ଅବସ୍ଥା ଶୋଚନୀୟ । ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଶେଷରେ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଲେ ପରିବାର । ଅଧିକ ପଢନ୍ତୁ...

patient carried on cot in anugul
ଶିଳ୍ପ ଜିଲ୍ଲାର ଗାଁରେ ପହଁଞ୍ଚୁନି ଆମ୍ବୁଲାନ୍ସ ,ଖଟିଆରେ ବୁହା ହେଉଛନ୍ତି ରୋଗୀ

By

Published : Jun 16, 2021, 10:34 PM IST

ଅନୁଗୋଳ:ଶିଳ୍ପ ଜିଲ୍ଲାରେ ବି ଗାଁକୁ ନାହିଁ ରାସ୍ତା । ଖଟିଆରେ ବୁହା ହେଉଛନ୍ତି ରୋଗୀ। ଏଭଳି ଏକ ବିକଳ ଚିତ୍ର ଆଜି ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ। ଆମ୍ବୁଲାନ୍ସ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିଲାନି ଗାଁରେ ।

ଶିଳ୍ପ ଜିଲ୍ଲାର ଗାଁରେ ପହଁଞ୍ଚୁନି ଆମ୍ବୁଲାନ୍ସ ,ଖଟିଆରେ ବୁହା ହେଉଛନ୍ତି ରୋଗୀ

ଜିଲ୍ଲାର ପାଳଲହଡା ବ୍ଲକ ଅଞ୍ଚଳରେ ଗାଁକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନି । ଫଳରେ ଖଟିଆରେ ଦେଢ କିଲୋମିଟର ବୁହା ହୋଇଛନ୍ତି ରୋଗୀ । ଏଭଳି ଚିତ୍ର ସାମ୍ନାକୁ ଆସିଛି ପାଳଲହଡା ଟାଉନ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଗାଁ ଆଦିବାସୀ ଭୋଜପୁରରୁ । ବ୍ଲକ ରନିଜିଗଡ଼ ପଞ୍ଚାୟତ ଟାଉନ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ଭୋଜପୁର ଆଦିବାସୀ ସାହିର ଜଣେ ଷାଠିଏ ବର୍ଷିୟ ବୃଦ୍ଧା ସୁନ୍ଧୁ ବାରିଜ ଗତକାଲି ଖସିପଡି ଅସୁସ୍ଥ ହୋଇ ପଡିବାରୁ ଚିକିତ୍ସା ପାଇଁ ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଅଣା ଯାଇଥିଲା । ତେବେ ଏହି ଆଦିବାସୀ ଗାଁ କୁ ରାସ୍ତା ନଥିବା ଓ ବର୍ଷା ଯୋଗୁଁ କାଦୁଅ ହୋଇ ଯାଇଥିବାରୁ ଦେଢ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ତେଣୁ ବୃଦ୍ଧାଙ୍କ ସମ୍ପର୍କୀୟ ମାନେ ଗାଁ ଲୋକଙ୍କ ସହାୟତାରେ ଏକ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆଣାଯାଇ ଡାକ୍ତରଖାନାକୁ ପଠାଯାଇଥିଲା ।

ତେବେ ଯେଉଁ ଜିଲ୍ଲା ସରକାରଙ୍କ ରାଜକୋଷକୁ ଅଧିକ ରାଜସ୍ବ ଦେଉଛି, ସେଇ ଜିଲ୍ଲାରେ ଖଟିଆରେ ରୋଗୀ ବୁହାହେବା ଘଟଣା ଅନେକଙ୍କ ଉପରେ ପ୍ରଶ୍ନବାଚୀ ଛିଡ଼ା କରୁଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details