ଓଡିଶା

odisha

ETV Bharat / state

୮ ଘଣ୍ଟା ରାସ୍ତାଜାମ୍‌, ରାଜପଥରେ ଅଟକିଲା ଶହଶହ ଗାଡି - ରାସ୍ତା ଅବରୋଧ

ଅନୁଗୋଳ ନାଲକୋ ନଗର ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । 8 ଘଣ୍ଟା ଧରି ରାଜପଥରେ ଅଟକିଲା ଶହଶହ ଗାଡି । ଅଧିକ ପଢନ୍ତୁ...

ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ୮ଘଣ୍ଟା ଧରି ରାସ୍ତା ରୋକ
ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ୮ଘଣ୍ଟା ଧରି ରାସ୍ତା ରୋକ

By

Published : Nov 19, 2021, 9:12 AM IST

ଅନୁଗୋଳ: ଟାୟାର ଜାଳି ଦୀର୍ଘ ୮ ଘଣ୍ଟା ଧରି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ନାଲକୋ ନଗର ଥାନା ଏଫସିଆଇ ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇବା ପରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକିଛି ଶହଶହ ଗାଡି । ମୃତକ ଜଣଙ୍କ ହେଉଛନ୍ତି କୁଲାଡ଼ ଗ୍ରାମର ବିହାରୀ ଗୋଚ୍ଛାୟତ ।

ଟ୍ରକ ଦୁର୍ଘଟଣାରେ ଜଣେ ମୃତ, ୮ଘଣ୍ଟା ଧରି ରାସ୍ତା ରୋକ

ସୂଚନା ଅନୁଯାୟୀ ଗତକାଲି ଦିନ ୧୨ଟା ୩୦ ସମୟରେ କୁଲାଡ଼ ଗ୍ରାମର ବିହାରୀ ଗୋଚ୍ଛାୟତ ତାଙ୍କ ପୁଅଙ୍କ ସହ ଏଫସିଆଇ ଛକ ଦେଇ ଘରକୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ବାପା ରାଜପଥ ଉପରେ ପଡ଼ିଯିବାରୁ ପଛ ପଟୁ ଆସୁଥିବା ଅନ୍ୟ ଏକ ଟ୍ରକ ବିହାରୀ ଗୋଚ୍ଛାୟତଙ୍କ ଉପରେ ଚଢ଼ି ଯାଇଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ରାଜପଥର ମରାମତି ହେଉନଥିବାରୁ ଦୁର୍ଘଟଣାରେ ବାରମ୍ବାର ସାଧାରଣ ଲୋକଙ୍କ ଜୀବନ ଯାଉଛି। ଏନେଇ କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାର ଲୋକେ ୫୫ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ନାଲକୋ କର୍ତ୍ତୃପକ୍ଷ ଯେତେ ବୁଝା ସୁଝା କରିଥିଲେ ବି ଲୋକେ ଆନ୍ଦୋଳନ ରୁ ଓହରି ନଥିଲେ। ଶେଷରେ ପାରିବାରକୁ କ୍ଷତିପୂରଣ ସହ ରାସ୍ତା ମରାମତିର ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ

ABOUT THE AUTHOR

...view details