ଓଡିଶା

odisha

ETV Bharat / state

କାର ଧକ୍କାରେ ଜୀବନ ହାରିଲେ ବୃଦ୍ଧ ଦମ୍ପତି

ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ସ୍ଥିତ ଜରିପାଳ ନିକଟରେ ସଡକ ଦୁର୍ଘଟଣା । ଦୁଇଟି କାର ମୁହାଁମୁହିଁ ଧକ୍କା ହେବା ଫଳରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଏକ କାରର ତିନିଜଣ ସାମାନ୍ୟ ଆହତ ହୋଇଛନ୍ତି।

By

Published : Jun 22, 2019, 9:51 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ସଡକ ଦୁର୍ଘଟଣାରେ ଜୀବନ ହାରିଲେ ବୃଦ୍ଧ ଦମ୍ପତି । ଦମ୍ପତିଙ୍କ ଘର ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ବୋଲି ଜଣାପଡିଛି । ଅନୁଗୋଳ ଆଡକୁ ଏକ ୱାଗନର କାର ଯାଉଥିବା ବେଳ ଆଉ କାର ସହ ତାଙ୍କର ଧକ୍କା ହୋଇଥିଲା। ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡିର ଜରିପାଳ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ମୃତକ ହେଉଛନ୍ତି ପ୍ରତାପ ପଟ୍ଟନାୟକ ଓ ଲୀଳାବତୀ ପଟ୍ଟନାୟକ । ଉଭୟଙ୍କୁ ଦୁର୍ଘଟଣାସ୍ଥଳରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଏହି ଦମ୍ପତିଙ୍କ କାରକୁ ଧକ୍କା ଦେଇଥିବା ଅନ୍ୟ ଏକ କାରର ତିନିଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details