ଅନୁଗୋଳ:କମିନାହିଁ ବନ୍ୟା ବିପଦ । ମହାନଦୀ ଓ ସୁବର୍ଣ୍ଣରେଖା ସିଷ୍ଟମ ପରେ ବ୍ରାହ୍ମଣୀରେ ହୋଇପାରେ ବନ୍ୟା । ରେଙ୍ଗାଳୀ ଜଳ ଭଣ୍ଡାରର ୨ଟି ଗେଟ ଖୋଲିଛି(Rengali Dam Opens 2 more Sluice Gate) । ରେଙ୍ଗାଳି ଡ୍ୟାମରୁରୁ ବନ୍ୟାଜଳ ନିଷ୍କାସନ ହେଉଛି । ଅନୁଗୋଳ ତାଳଚେର ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା କରାଯାଉଛି ।
ଜଳ ଭଣ୍ଡାରର ଜଳଧାରଣ କ୍ଷମତା ୧୨୩.୫୦ ମିଟର ହୋଇଥିବାବେଳେ, ବର୍ତ୍ତମାନ ଜଳସ୍ତର ୧୨୨.୬୮ ମିଟର ରହିଛି । ଫଳରେ ଡ୍ୟାମ୍ର ୮ ଓ ୯ ନମ୍ବର ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୬୪୧ ଘନ ମିଟର ବନ୍ୟା ଜଳ ପ୍ରବେଶ କରୁଥିବାବେଳେ ୨ଟି ଗେଟ୍ ଓ ପାୱାର ଚ୍ୟାନେଲ ମଧ୍ୟ ଦେଇ ୩୫୫୨ ଘନ ମିଟର ବନ୍ୟାଜଳ ବ୍ରାହ୍ମଣୀ ନଦୀରେ ନିଷ୍କାସିତ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜଳସ୍ତର ବଢୁଥିବାରୁ ନଦୀରେ ବନ୍ୟା ଆଶଙ୍କା କରାଯାଉଛି ।
ଏହା ବି ପଢନ୍ତୁ...ଜଳବନ୍ଦୀରେ ଛଟପଟ ଜୀବନ, ଭୋକ ମେଣ୍ଟାଇ ପାରୁନି ପ୍ରଶାସନର ଶୁଖିଲା ଖାଦ୍ୟ