ଓଡିଶା

odisha

ETV Bharat / state

‘50 ପ୍ରତିଶତ ଯାତ୍ରୀ ନେଇ ବସ ଚଳାଇବା ଅସମ୍ଭବ’ - ଗ୍ରୀନ ଜୋନରେ ବସ ଚଳାଚଳ

ଗ୍ରୀନ ଜୋନରେ ବସ ଚଳାଚଳକୁ ସରକାରଙ୍କ ଅନୁମତି ସତ୍ତ୍ବେ ଅନୁଗୋଳ ଜିଲ୍ଲାରେ ଗଡିବନି ଯାତ୍ରୀବାହୀ ବସ। ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ବସ ମାଲିକ ସଂଘ। 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବା ସମ୍ଭବ ନୁହେଁ ବୋଲି କହିଛି ସଂଘ ।

bus owner association
‘50 ପ୍ରତିଶତ ଯାତ୍ରୀ ନେଇ ବସ ଚଳାଇବା ଅସମ୍ଭବ’

By

Published : May 6, 2020, 1:02 PM IST

Updated : May 6, 2020, 1:25 PM IST

ଅନୁଗୋଳ: ଗ୍ରୀନ ଜୋନରେ ବସ ଚଳାଚଳକୁ ସରକାରଙ୍କ ଅନୁମତି ସତ୍ତ୍ବେ ଅନୁଗୋଳ ଜିଲ୍ଲାରେ ଗଡିବନି ଯାତ୍ରୀବାହୀ ବସ। ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ବସ ମାଲିକ ସଂଘ। 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଇବା ସମ୍ଭବ ନୁହେଁ ବୋଲି କହିଛି ସଂଘ ।

‘50 ପ୍ରତିଶତ ଯାତ୍ରୀ ନେଇ ବସ ଚଳାଇବା ଅସମ୍ଭବ’

ଜିଲ୍ଲା ଭିତରେ ଚାଲୁଥିବା ପ୍ରାୟ 300ବସ ଓ ରାଜ୍ୟ ଭିତରେ ଚାଲୁଥିବା 200ରୁ ଅଧିକ ବସ ଚଳାଚଳ କରିବ ନାହିଁ। ଫଳରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ହଇରାଣ ହେବେ। ସେପଟେ ବସ ମାଲିକ ସଂଘର ଅଭିଯୋଗ ଶତକଡା 50ଭାଗ ଯାତ୍ରୀଙ୍କୁ ନେଇ ବସ ଚଳାଇବାକୁ ସରକାର ଯେଉଁ ନିଷ୍ପତି ନେଇଛନ୍ତି ସେଥିରେ ବସ ଚଳାଇବା ଆଦୌ ସମ୍ଭବ ନୁହେଁ।

କାରଣ ଭଡା ବାବଦ ଯେତିକି ଅର୍ଥ ମିଳିବ ସେତିକିରେ ଡିଜେଲ କିଣିବା ସମ୍ଭବ ହେବ ନାହିଁ। ଏହାଛଡା କର୍ମଚାରୀଙ୍କ ଦରମା ଏବଂ ଟ୍ୟାକ୍ସ ବାବଦ ଅର୍ଥ କେଉଁଠୁ ଆସିବ ବୋଲି ଓଲଟା ପ୍ରଶ୍ନ କରିଛି ବସ ମାଲିକ ସଂଘ। ତେଣୁ ସରକାର ଯଦି ବସ ଚଳାଚଳ କରିବାକୁ ଚାହୁଁଛନ୍ତି ତେବେ ବସ ନେଇଯାନ୍ତୁ ଓ ନିଜେ ଚଳାନ୍ତୁ। କିନ୍ତୁ ଏଭଳି ସର୍ତରେ ବସ ଚଳାଇ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ସଂଘ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 6, 2020, 1:25 PM IST

ABOUT THE AUTHOR

...view details