ଓଡିଶା

odisha

ETV Bharat / state

ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ - ଅନୁଗୋଳ ଖବର

ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ରାବଣ ପୋଡି (ravan dahan rituals performed) । ବିଜୟା ଦଶମୀ ଅବସରରେ ଗତକାଲି (ବୁଧବାର) ଅନୁଗୋଳ ହେମସୁରପଡା ଦୁର୍ଗା ପୂଜା ସମିତି ପକ୍ଷରୁ ରାବଣ ପୋଡି ଉତ୍ସବ ଆୟୋଜିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ଅନୁଗୋଳରେ ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ
ଅନୁଗୋଳରେ ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ

By

Published : Oct 6, 2022, 6:07 PM IST

ଅନୁଗୋଳ:ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ରାବଣ ପୋଡି (ravan dahan rituals performed) । ବିଜୟା ଦଶମୀ ଅବସରରେ ଗତକାଲି( ବୁଧବାର) ଅନୁଗୋଳ ହେମସୁରପଡା ଦୁର୍ଗା ପୂଜା ସମିତି ପକ୍ଷରୁ ରାବଣ ପୋଡି ଉତ୍ସବ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂ ରାମ ରୂପରେ ଅଭିଷିକ୍ତ ହୋଇ ରାବଣରେ ଅଗ୍ନି ସଂଯୋଗ କରିଥିଲେ । ଏହାସହ ଆୟୋଜିତ ହୋଇଥିଲା ଆତସବାଜି । ହଜାର ହଜାର ଦେଖଣାହାରୀ ଦୁର୍ଗାମଣ୍ଡପ ପଛପାଖ ପଡିଆରେ ଏକାଠି ହୋଇ ଏହି ରାବଣପୋଡ଼ି ଉତ୍ସବକୁ ଉପଭୋଗ କରିଥିଲେ ।

ଅନୁଗୋଳରେ ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ

ତେବେ ଅନୁଗୋଳ ପୂଜା କମିଟି ଚଳିତଥର ୫୮ ବର୍ଷର ଦୁର୍ଗାପୂଜା ପାଳନ କରିଥିବା ବେଳେ ରାବଣ ପୋଡିର ଆୟୋଜନ ମଧ୍ୟ କରିଥିଲା । ଦୁଇ ବର୍ଷ ପରେ ଚଳିତବର୍ଷ ରାବଣ ପୋଡ଼ିରେ ଲୋକଙ୍କ ବହୁ ସମାଗମ ହୋଇଥିଲା । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିଲା । ରାବଣ ଜଳିବା ସମୟରେ ଦୀର୍ଘ ସମୟ ଧରି ରଙ୍ଗାରଙ୍ଗ ଆତସ ବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୁଇଘଣ୍ଟା ଧରି ବିଭିନ୍ନ ପ୍ରକାରର ଆତସବାଜି ହୋଇଥଲା। ଏହି ରାବଣ ପୋଡ଼ି ଦୃଶ୍ୟକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ମହାନଦୀ କୂଳରେ ଏକତ୍ରିତ ହୋଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details