ଓଡିଶା

odisha

By

Published : Dec 14, 2021, 6:00 PM IST

ETV Bharat / state

ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ, ନିୟନ୍ତ୍ରଣ ହେବ ଦୁର୍ଘଟଣା ସଂଖ୍ୟା

ଅନୁଗୋଳରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁହାର(Accidental Death Rate) କମାଇବା ପାଇଁ ଆରମ୍ଭ ହୋଇଛି ରକ୍ଷକ କର୍ମଶାଳା । ଅଧିକ ପଢନ୍ତୁ

ଅନୁଗୋଳରେ ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ, ନିୟନ୍ତ୍ରଣ ହେବ ଦୁର୍ଘଟଣା ସଂଖ୍ୟା
ଅନୁଗୋଳରେ ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ, ନିୟନ୍ତ୍ରଣ ହେବ ଦୁର୍ଘଟଣା ସଂଖ୍ୟା

ଅନୁଗୋଳ: ରାଜ୍ୟରେ ବଢ଼ୁଛୁ ସଡକ ଦୁର୍ଘଟଣାଜନିତ ମୃତ୍ୟୁ (Accidental Death Rate Rise) । ଏହି ମୃତ୍ୟୁ ହାର କମାଇବା ପାଇଁ ଆରମ୍ଭ ହୋଇଛି ମିଶନ ରକ୍ଷକ । ଦୁର୍ଘଟଣାରେ ଆହତ ଜୀବନ ବଞ୍ଚାଇବା ଏକ ଗୁରୁଦାୟିତ୍ୱ । ଏହି ଲକ୍ଷ୍ୟ ନେଇ ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀ କହିଛନ୍ତି ।

ଅନୁଗୋଳରେ ରକ୍ଷକ କାର୍ଯ୍ୟକ୍ରମ ଆରମ୍ଭ, ନିୟନ୍ତ୍ରଣ ହେବ ଦୁର୍ଘଟଣା ସଂଖ୍ୟା

ଦୁର୍ଘଟଣା ଘଟିବାର କିଛି ସମୟ ଭିତରେ ଯଦି ଆହତଙ୍କୁ ଠିକ ସମୟରେ ଫାସଷ୍ଟେଡ ଦେଇ ସୁରକ୍ଷିତ ହସ୍ପିଟାଲ ପହଞ୍ଚାଯାଇପାରିବ ତେବେ ବହୁମୂଲ୍ୟ ଜୀବନ ରକ୍ଷା ହୋଇପାରିବ । ଏଥିପାଇଁ ଜିଲ୍ଲାରେ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇଛି । ଜିଲ୍ଲାରେ ଦୁର୍ଘଟଣା ହାର ଅଧିକ ରହୁଥିବାରୁ କିଭଳି ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରି ରକ୍ଷକ ପ୍ରୋଜେକ୍ଟରେ ଅନ୍ତର୍ଭୁକ୍ତ କରାଯାଇ ପାରିବ ସେନେଇ ଏକ କର୍ମଶାଳା ଆୟୋଜିତ ହୋଇଛି । ଅନୁଗୋଳ RTO ଅଫିସରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ରାଜ୍ୟ ସଡକ ପରିବହନ ବିଭାଗ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା ।


ଏଥିପାଇଁ ପୂର୍ବରୁ ପ୍ରଶିକ୍ଷିତ ଥିବା ପ୍ରଶିକ୍ଷକମାନେ ଜିଲ୍ଲାର ସ୍ୱେଚ୍ଛାସେବୀମାନଙ୍କୁ ନେଇ ପ୍ରଶିକ୍ଷଣ ଦେଇଥିଲେ । ଯାହାଦ୍ୱାରା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାରକୁ କମାଯାଇ ପାରିବ ବୋଲି କର୍ମଶାଳାରେ ଆଲୋଚନା ହୋଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details