ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ବେହାଲ ଅନୁଗୋଳ, ସାଧାରଣ ଜୀବନଯାତ୍ରା ବ୍ୟାହତ

ଲଗାଣ ବର୍ଷାରେ ବେହାଲ ଅନୁଗୋଳ । ଦୁଇ ଦିନ ଧରି ଝିପି ଝିପି ବର୍ଷା ଲାଗି ରହିଥିବାବେଳେ ଏଥିରେ ଅନୁଗୋଳ ଜିଲ୍ଲା ବେହାଲ ହୋଇଛି । ଅଧିକ ପଢନ୍ତୁ...

By

Published : Feb 8, 2020, 2:03 PM IST

rain in anugul district
ଲଗାଣ ବର୍ଷାରେ ବେହାଲ ଅନୁଗୋଳ

ଅନୁଗୋଳ: ଲଗାଣ ବର୍ଷାରେ ବେହାଲ ଅନୁଗୋଳ । ଦୁଇ ଦିନ ଧରି ଝିପି ଝିପି ବର୍ଷା ଲାଗି ରହିଥିବାବେଳେ ଏଥିରେ ଅନୁଗୋଳ ଜିଲ୍ଲା ବେହାଲ ହୋଇଛି ।

ବର୍ଷା ଯୋଗୁଁ ଗତ ଦୁଇ ଦିନ ହେବ ପାଗ କୋହଲା ରହିଛି । ଫଳରେ ସାଧାରଣ ଜୀବନ ଯାତ୍ରା କଷ୍ଟକର ହୋଇ ପଡିଛି । ଏଥିସହ ବର୍ଷା ଯୋଗୁଁ ଶୀତର ପ୍ରକୋପ ମଧ୍ୟ ବଢି ଯାଇଛି । ଗତ ଶୁକ୍ରବାର ଅନୁଗୋଳରେ 3 ମିଲିମିଟର ବର୍ଷା ହୋଇଥିବାବେଳେ ଶନିବାର ସକାଳ ସାଢେ ଆଠଟା ସୁଦ୍ଧା 6 ମିଲିମିଟର ବର୍ଷା ହୋଇଛି ।

ଲଗାଣ ବର୍ଷାରେ ବେହାଲ ଅନୁଗୋଳ

ତେବେ ଜିଲ୍ଲାରେ ପ୍ରବଳ ବର୍ଷା ହେଉ ନଥିଲେ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଛି । ଫଳରେ ରାସ୍ତାଘାଟ କାଦୁଅରେ ସର ସର ହୋଇଥିବାରୁ ଲୋକେମାନେ ଘରୁ ବାହାରିବା କଷ୍ଟକର ହୋଇ ପଡିଛି । ଏଭଳି ପରିସ୍ଥିତିରେ ଦୋକାନ ବଜାର ପ୍ରାୟ ବନ୍ଦ ରହିଛି । ଏହାଛଡା ଗାଡି ଚଳାଚଳ ମଧ୍ୟ ବ୍ୟାହତ ହୋଇଛି ।

ତେବେ ଅନୁଗୋଳ ସମେତ ଜିଲାର ଆଠମଲ୍ଲିକ, ଛେଣ୍ଡିପଦା ଓ ପାଲଲହଡ଼ା ଅଞ୍ଚଳରେ ମଧ୍ୟ ଏଭଳି ବର୍ଷା ଲାଗି ରହିଛି । ଏଭଳି ପାଗ ଆହୁରି ୨ ଦିନ ଲାଗି ରହିବ ବୋଲି ପାଣିପାଗ ସୂଚନା ଦେଇଥିବାରୁ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details