ଓଡିଶା

odisha

ETV Bharat / state

ବର୍ଷା ଉଜାଡି ଦେଲା ଚାଷୀର ରୋଜଗାର, ଜମିରେ ପଚୁଛି ଟମାଟୋ

ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଟମାଟୋ ଚାଷ ପାଇଁ ବେଶ ନାଁ ରହିଛି । ହେଲେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ହତାଶ । ଲଗାଣ ବର୍ଷା ଯୋଗୁଁ ଚାଷୀ କରିଥିବା ଏକର ଏକର ଟମାଟୋ ଫସଲ ଏବେ ନଷ୍ଟ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

By

Published : Feb 9, 2020, 6:30 PM IST

aa
ବର୍ଷା ଉଜାଡି ଦେଲା ଚାଷୀର ବର୍ଷକର ରୋଜଗାର, କ୍ଷେତରେ ପଚୁଛି ଟମାଟୋ

ଅନୁଗୋଳ: ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷୀର ଭବିଷ୍ୟତ। କେତେ ଆସ କରି ଧାର କରଜ କରି ଯେଉଁ ଫସଲ ଅମଳ ପାଇଁ ଚିନ୍ତା ରଖିଥିଲା ତାହା ପାଣିରେ ମିଳେଇ ଯାଇଛି । ଲଗାଣ ବର୍ଷା ଯୋଗୁଁ ଚାଷୀ କରିଥିବା ଏକର ଏକର ଟମାଟୋ ଫସଲ ଏବେ ନଷ୍ଟ ହୋଇଯାଇଛି । ଏଭଳି କ୍ଷତିର ଶିକାର ହୋଇଛନ୍ତି ଅନୁଗୋଳ ଜିଲ୍ଲାର ଚାଷୀ ।

ବର୍ଷା ଉଜାଡି ଦେଲା ଚାଷୀର ବର୍ଷକର ରୋଜଗାର, କ୍ଷେତରେ ପଚୁଛି ଟମାଟୋ

ଜିଲ୍ଲାର ଅନୁଗୋଳ ବ୍ଲକ ଟମାଟୋ ଚାଷ ପାଇଁ ବେଶ ନାଁ ରହିଛି । ବ୍ଲକର ବନ୍ତଳା ଅଞ୍ଚଳର ନନ୍ଦପୁର, ମଧୁପୁର, କରତପଟା ଶଙ୍ଖାପୁର ଆଦି ଅନେକ ଗାଁର ଲୋକେ ଟମାଟୋ ଚାଷ କରନ୍ତି । କହିବାକୁ ଗଲେ ଏମାନେ ଟମାଟୋ ଲଗାଇ ଭଲ ଦୁଇ ପଇସା ରୋଜଗାର କରନ୍ତି । ହେଲେ ଲଗାଣ ବର୍ଷା ଏମାନଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ।

ଅମଳ ପୂର୍ବରୁ ପଚି ନଷ୍ଟ ହୋଇ ଯାଉଛି ଟମାଟୋ । ଗଛ ହଳଦିଆ ପଡି ଯାଉଥିବା ବେଳେ ଟମାଟୋ ସବୁ ପଚି ଯାଉଛି । ଖାଲି ସେତିକି ନୁହେଁ କଞ୍ଚା ଥିବା ଅବସ୍ଥାରେ ଫଳ ସବୁ ଖସି ପଡୁଛି । ଟମାଟୋ ଚାଷ ପାଇଁ ଯାହା ଖର୍ଚ୍ଚ କରିଥିଲେ ଏବେ ସେତିକ ମିଳିବ କି ନାହିଁ ତାକୁ ନେଇ ସନ୍ଦେହରେ ଚାଷୀ । ଯେଉଁ ଆଶା ରଖି କିଏ ଧାର କରଜ ତ ଆଉ କିଏ ଭାଗ ଚାଷ କରି ଟମାଟୋ ଲଗାଇ ଥିଲା ସେ ସବୁ ଆଶା ମଉଳି ଯାଇଛି । ତେବେ ଗତ 4 ଦିନ ଧରି ଲାଗି ରହିଥିବା ବର୍ଷା ଯୋଗୁଁ ଏବେ ଅମଳ ହେବାକୁ ଥିବା ଟମାଟୋ ସବୁ ପଚି ନଷ୍ଟ ହୋଇଯାଉଛି । ଅଧିକ ପଚିଯିବା ଆଶାରେ ଚାଷୀ ଏବେ କଞ୍ଚା ଟମାଟୋକୁ ତୋଳି କ୍ଷତିରେ ବେପାରୀଙ୍କୁ ବିକୁଛି । ଯାହା ପ୍ରତି କାହାରି ନଜିର ନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details