ଓଡିଶା

odisha

ETV Bharat / state

ବିଏଡ଼ କଲେଜ ବନ୍ଦ ନିଷ୍ପତ୍ତି ବିରୋଧରେ ପ୍ରତିବାଦ

ରାଜ୍ୟରେ ଯେଉଁ 14 ଟି କଲେଜକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି, ସେଥି ମଧ୍ୟରେ ରହିଛି ଅନୁଗୋଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ନବ ବାବୁଙ୍କ ନାଁ ରେ ଏହି ମହାବିଦ୍ୟାଳୟ ଥିବାରୁ ଏହାକୁ ବନ୍ଦ ନ କରାଯିବାକୁ ଦାବି କରାଯାଇଛି । ଅଧିକ ପଢନ୍ତୁ..

ବିଏଡ଼ କଲେଜ ବନ୍ଦ ନିଷ୍ପତ୍ତି ବିରୋଧରେ  ପ୍ରତିବାଦ
ବିଏଡ଼ କଲେଜ ବନ୍ଦ ନିଷ୍ପତ୍ତି ବିରୋଧରେ ପ୍ରତିବାଦ

By

Published : Oct 12, 2020, 9:32 PM IST

ଅନୁଗୋଳ: ରାଜ୍ୟ ସରକାରଙ୍କ ଏନସିଟିଇ ଗାଇଡଲାଇନରେ ପରିଚାଳିତ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଗୁଡିକୁ ଏବେ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଯାହାକୁ ବିରୋଧ କରିଛି ଡିଏସଓ ସଙ୍ଗଠନର ଛାତ୍ରଛାତ୍ରୀ ।

ବିଏଡ଼ କଲେଜ ବନ୍ଦ ନିଷ୍ପତ୍ତି ବିରୋଧରେ ପ୍ରତିବାଦ
ଡିଏସଓର ଅନୁଗୋଳ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳ କଯ୍ୟାଳୟ ସମ୍ମୁଖରେ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରାଯାଇଛି । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯେଉଁଭଳି ଭାବେ ଶିକ୍ଷକ ତାଲିମ ଦେଉଥିବା ଅନୁଷ୍ଠାନକୁ ସେଲ୍ପ ଫାଇନସ କୋର୍ସ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି, ତାକୁ ସଙ୍ଗଠନ ବିରୋଧ କରିଛି। ଏ ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରୀ ସଙ୍ଗଠନ ପକ୍ଷରୁ ଦିଆଯାଇଛି ।



ରାଜ୍ୟରେ ଯେଉଁ 14 ଟି କଲେଜକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି, ସେଥିମଧ୍ୟରେ ରହିଛି ଅନୁଗୋଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ । ନବ ବାବୁଙ୍କ ନାଁରେ ଏହି ମହାବିଦ୍ୟାଳୟ ଥିବାରୁ ଏହାକୁ ବନ୍ଦ ନ କରାଯିବାକୁ ଦାବି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details