ଓଡିଶା

odisha

ETV Bharat / state

ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଧାରଣା - anugul news

ତାଳଚେରସ୍ଥିତ ନିର୍ମାଣାଧୀନ ତାଳଚେର ସାର କାରଖାନାରେ ସ୍ଥାନୀୟ ବେକାର ଯୁବକଯୁବତୀ ଓ ଶ୍ରମିକଙ୍କୁ ନିଯୁକ୍ତି ଦାବିରେ ଆଞ୍ଚଳିକ ଶ୍ରମିକ ସଂଘ ପକ୍ଷରୁ କାରଖାନା ସମ୍ମୁଖରେ ଧାରଣା ଦିଆଯାଇଛି। ଅଧିକ ପଢନ୍ତୁ...

ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଧାରଣା
ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଧାରଣା

By

Published : Dec 24, 2020, 5:19 PM IST

ଅନୁଗୋଳ: ତାଳଚେରସ୍ଥିତ ନିର୍ମାଣାଧୀନ ତାଳଚେର ସାର କାରଖାନାରେ ସ୍ଥାନୀୟ ବେକାର ଯୁବକଯୁବତୀ ଓ ଶ୍ରମିକଙ୍କୁ ନିଯୁକ୍ତି ଦାବିରେ ଆଞ୍ଚଳିକ ଶ୍ରମିକ ସଂଘ ପକ୍ଷରୁ କାରଖାନା ସମ୍ମୁଖରେ ଧାରଣା ଦିଆଯାଇଛି। ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ବର୍ତ୍ତମାନ କାରଖାନାର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ତେଣୁ ବହୁ ସଂଖ୍ୟାରେ ଶ୍ରମିକ ଓ ଅନ୍ୟ କର୍ମଚାରୀଙ୍କ ଆବଶ୍ୟକତା ରହିଛି। କିନ୍ତୁ କାରଖାନା କର୍ତ୍ତୃପକ୍ଷ ବାହାର ରାଜ୍ୟର ଶ୍ରମିକଙ୍କୁ ଏଠାକୁ ଆଣି କାମରେ ଲଗାଉଛନ୍ତି।

ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବିରେ ଧାରଣା

କାରଖାନା ଆଖପାଖରେ ବଳରାମପ୍ରସାଦ, କୁକୁଡ଼ାଙ୍ଗ, ଜଗନ୍ନାଥପୁର, ଜରଡା ସମେତ ଅନେକ ପଞ୍ଚାୟତ ରହିଛି। ଏହି ସବୁ ପଞ୍ଚାୟତର ଲୋକେ ଧୂଳିଧୂଆଁ ଓ ପ୍ରଦୂଷଣ ଭିତରେ ରହୁଛନ୍ତି କିନ୍ତୁ ସ୍ଥାୟୀ ଓ ଅସ୍ଥାୟୀ ନିଯୁକ୍ତି ଦେଲା ବେଳକୁ ବାହାର ରାଜ୍ୟର ଲୋକଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏଭଳି ହେବାକୁ ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି ସଂଘ । ନିର୍ମାଣଧୀନ ସାର କାରଖାନାରେ ଯଦି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆ ନ ଯାଏ ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୁହାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details