ଅନୁଗୋଳ:ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଙ୍କ ପାଇଁ ସତ୍ୟାଗ୍ରହ । ଅନୁଗୋଳରେ ଆଜି ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସହର ମଧ୍ୟରେ ଥିବା ଗାନ୍ଧୀ ମାର୍ଗରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶୃତି ଦେଇ ସେଥିରୁ ଓହରି ଯିବାରୁ ତାର ପ୍ରତିବାଦରେ ସତ୍ୟାଗ୍ରହ ହୋଇଛି ।
ଜିଲାର ସର୍ବଦୟୋ ନେତ୍ରୀ ମାଳତୀ ଦେବୀ ସୁକନ୍ୟା ଓ ତାଙ୍କ ସହଯୋଗୀ ଆଜି ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହ କରିବାକୁ ଆସିଥିଲେ। ଆସନ୍ତା ବର୍ଷ ଗାନ୍ଧୀଙ୍କ ଓଡିଶା ଆଗମନ 100 ବର୍ଷ ପାଳନ ହେବକୁ ଯାଉଛି। ଏହି ସମୟରେ ଗାନ୍ଧିଜୀ ଅନୁଗୋଳ ଆସିବା ସହ ଏଠାରେ ବୈଠକ କରିଥିଲେ । ତାଙ୍କରି ସ୍ମୃତିରେ ଅନୁଗୋଳରେ ଏକ ଗାନ୍ଧୀ ଭବନ ନିର୍ମାଣ ପାଇଁ ପ୍ରଶାସନ ଜାଗା ଦେବା ସହ ତାହା ନିର୍ମାଣ ପାଇଁ କହିଥିଲା ।