ଓଡିଶା

odisha

ETV Bharat / state

ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ବିରୋଧ

କେନ୍ଦ୍ର ସରକାର ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଶ୍ରମିକ ବିରୋଧୀ। ଏନେଇ ଏକ ପ୍ରେସ ମିଟ୍‌ରେ ଆଗକୁ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବାକୁ ଧମକ ଦେଇଛି ଭାରତୀୟ ମଜଦୁର ସଂଘ।

By

Published : Sep 4, 2019, 5:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ବିରୋଧ । ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ଭାରତୀୟ ମଜଦୁର ସଂଘ (ବିଏମଏସ୍‌) । କେନ୍ଦ୍ର ସରକାର ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଉଛନ୍ତି, ଯାହା ଶ୍ରମିକ ବିରୋଧୀ ବୋଲି ଅଭିଯୋଗ ଆଣିଛି ବିଏମଏସ୍‌ ।


‘ସେଭ୍‌ ପିଏସୟୁ, ସେଭ ନେସନ୍‌’ ନାରା ଦେଇ ଭାରତୀୟ ମଜଦୁର ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ସଂଘ ଅଭିଯୋଗ କରିଛି ଯେ, ଦେଶରେ ବେରୋଜଗାରୀ ବଢିଚାଲିଛି । ଏଭଳି ପରିସ୍ଥିତିରେ ପୁଞ୍ଜି ପ୍ରତ୍ୟାହାର କରାହେଲେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇ ମାଲିକାନା ଅଧିନକୁ ଚାଲିଯିବ । ଆଉ ଏଠାରେ କାମ କରୁଥିବା ଶ୍ରମିକ ନିଜର ଜୀବିକା ହରାଇବେ।

ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ହେଲେ ଶ୍ରମିକ ଓ କର୍ମଚାରୀଙ୍କ ନିଯୁକ୍ତି ବିପଦକୁ ଚାଲିଯିବ। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ବଦଳାନ୍ତୁ ବୋଲ ସଙ୍ଗଠନ ଦାବି କରିଛି। ଦେଶରେ ଯେବେବି ଆର୍ଥିକ ସଙ୍କଟ ଦେଖା ଦେଇଛି ସେତେବେଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମୂହ ନିଜର ଜମା ପୁଞ୍ଜି ସରକାରଙ୍କୁ ଦେଇଛନ୍ତି । ହେଲେ ଆଜି ସରକାର ବିଦେଶୀ କମ୍ପାନୀ ହାତରେ ତାହାକୁ ବିକିବାକୁ ବସିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏହା ବିରୋଧରେ ବିଏମଏସ୍‌ ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହି ଆନ୍ଦୋଳନରେ ବିଏମଏସ୍‌ ସହିତ ଅନ୍ୟ ଶ୍ରମିକ ସଙ୍ଗଠନ ମଧ୍ୟ ସାମିଲ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ ନେତା ଜଣାଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details