ଓଡିଶା

odisha

ETV Bharat / state

ଅନୁଗୋଳରେ ଶେଷ ପର୍ଯ୍ୟାୟ ନିର୍ବାଚନ, କାଲି ପଡିବ ଭୋଟ୍ - ଅନୁଗୋଳରେ ଚତୁର୍ଥ ପର୍ଯ୍ୟାୟରେ ଶେଷ ହେବ ମତଦାନ

ଅନୁଗୋଳ ଜିଲ୍ଲାରେ ଆସନ୍ତାକାଲି(ମଙ୍ଗଳବାର) ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଧିକ ପଢନ୍ତୁ

ଅନୁଗୋଳରେ ଶେଷ ପର୍ଯ୍ୟାୟ ନିର୍ବାଚନ, କାଲି ପଡିବ ଭୋଟ୍
ଅନୁଗୋଳରେ ଶେଷ ପର୍ଯ୍ୟାୟ ନିର୍ବାଚନ, କାଲି ପଡିବ ଭୋଟ୍

By

Published : Feb 21, 2022, 7:55 PM IST

ଅନୁଗୋଳ: ଆସନ୍ତାକାଲି(ମଙ୍ଗଳବାର) ଅନୁଗୋଳ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଜିଲ୍ଲାର ତାଳଚେର ଓ କିଶୋରନଗର ବ୍ଲକରେ ନିର୍ବାଚନ ହେବ । ଜିଲ୍ଲାର ସବୁ ବୁଥ୍‌କୁ ପୋଲିଂ ପାର୍ଟି ପଠାଯାଇଛି । ଏଥିସହିତ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।

ତାଳଚେର ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ (୧୮, ୧୯, ୨୦, ୨୧) ଓ କିଶୋର ନଗର ବ୍ଲକରର ୩ଟି ଜୋନ ( ୧୧,୧୨,୧୩)ରେ ୩ ପ୍ରମୁଖ ଦଳ ବିଜେଡି଼, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ରହିଥିଲେ ମଧ୍ୟ ମୁଖ୍ୟତଃ ଭାଜପା ଓ ବିଜେଡି଼ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେବା ଲକ୍ଷ୍ୟ କରାଯାଉଛି । ତାଳଚେର ବ୍ଲକରେ ୨୧ ପଞ୍ଚାୟତ ସହ ୪ଟି ଜିଲ୍ଲା ପରିଷଦ ଜୋନ୍‌ ରହିଛି। ଏଠାକାର ମୋଟ୍‌ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୧ ହଜାର ୯୬୮ । ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦୫ ବୁଥ୍‌ କରାଯାଇଛି ।

ଅନୁଗୋଳରେ ଶେଷ ପର୍ଯ୍ୟାୟ ନିର୍ବାଚନ, କାଲି ପଡିବ ଭୋଟ୍

ସେହିପରି କିଶୋର ନଗର ବ୍ଲକର ୨୮୪ ବୁଥରେ ୮୩, ୦୮୬ ଜଣ ଭୋଟର ତାଙ୍କର ମତାଧିକାର ସାବ୍ୟସ୍ତ କରିବେ। ତାଳଚେର ବ୍ଲକର ୧୬୮ ବୁଥ୍‌ ସମ୍ବେଦନଶୀଳ ହୋଇଥିବା ବେଳେ ଅତି ସମ୍ବେଦନଶୀଳ ବୁଥ୍‌ ସଂଖ୍ୟା ୮୫ । ସେପଟେ କିଶୋର ବ୍ଲକରେ 30 ବୁଥ ସମ୍ବେଦନଶୀଳ ରହିଛି । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିର୍ବାଚନ ପାଇଁ ଆଜି ସବୁ ବୁଥକୁ ପୋଲିଂ ପାର୍ଟି ପଠାଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷର ସମସ୍ତ ବନ୍ଦୋବସ୍ତ ଗ୍ରହଣ କରାଯାଇଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details