ଓଡିଶା

odisha

ETV Bharat / state

ଚୋର ଧରିବାକୁ ଆସିଥିଲେ ପୋଲିସ, ପିଲାଚୋର ଭାବି ପିଟିଲେ ଗାଁ ଲୋକେ - ପୋଲିସକୁ ନିର୍ଧୁମ ମାଡ ମାରିଲେ ଗ୍ରାମବାସୀ

ତେଲ ଚୋରକୁ ଧରିବାକୁ ଯାଇ ପୋଲିସକୁ ନିର୍ଧୁମ ମାଡ । ପିଲା ଚୋର ଭାବି ଗ୍ରାମବାସୀ ମିଳିତ ଉଦ୍ୟମରେ ପୋଲିସଙ୍କ ଉପରକୁ କରିଥିଲେ ଆକ୍ରମଣ । ଅଧିକ ପଢନ୍ତୁ...

police attacked by villagers
ଚୋରକୁ ଧରିବାକୁ ଯାଇ ପୋଲିସକୁ ନିର୍ଧୁମ ମାଡ

By

Published : Feb 9, 2021, 10:11 AM IST

Updated : Feb 9, 2021, 10:24 AM IST

ଅନୁଗୋଳ: ଚୋର ଧରିବାକୁ ଯାଇ ମାଡ ଖାଇଲା ପୋଲିସ । ପିଲା ଚୋର ଅଭିଯୋଗରେ ଖାକି ପୋଷାକକୁ ନିର୍ଧୁମ ବାଡେଇଲେ ଗ୍ରାମବାସୀ । ସାଧା ପୋଷାକରେ ଆସିଥିବା ପୋଲିସ ଜାଣି ନ ପାରି ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଘଟଣାଟି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ସୀମାନ୍ତ ବର୍ତ୍ତୀ ସଞ୍ଜପଡା ଗାଁରେ ଘଟିଛି ।

ଚୋର ଧରିବାକୁ ଆସିଥିଲେ ପୋଲିସ

ଏକ ତେଲ ଚୋରକୁ ଧରିବାକୁ ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ପୋଲିସ ଓ ଢେଙ୍କାନାଳ ଜିଲ୍ଲାର କଣ୍ଟାବାଣିଆ ଥାନା ପୋଲିସର ମିଳିତ ଭାବେ ସଞ୍ଜପଡାରେ ଚଢାଉ କରିଥିଲେ । ଏହି ସମୟରେ ସମସ୍ତ ପୋଲିସ ସାଧା ପୋଷାକରେ ଆସିଥିଲେ ।ଉକ୍ତ ଗ୍ରାମବାସୀ ସିଧା ପୋଷାକରେ ଥିବା ପୋଲିସକୁ ଜାଣି ପାରିନଥିଲେ । ପିଲା ଚୋର ସନ୍ଦେହ କରି ଗାଁ ଲୋକ ଏକଜୁଟ ହୋଇ ମିଳିତ ଭାବେ ପୋଲିସଙ୍କୁ ଆକ୍ରମଣ କରିଥିଲେ । ଏପରିକି ଗାଁ ଲୋକଙ୍କୁ ପୋଲିସ ସେମାନଙ୍କର ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ଶୁଣି ନଥିଲେ । ପରେ ପରିସ୍ଥିତି ଅଣାୟତ ହେବାରୁ ଗାଁରେ ଅଧିକ ଦୁଇ ପ୍ଲାଟୁନ ଫୋର୍ସ ପହଞ୍ଚିଥିଲେ। ଏହା ପରେ ସମସ୍ତ ଗ୍ରାମବାସୀ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ତେବେ ଗ୍ରାମବାସୀଙ୍କ ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ଜିଲ୍ଲାର ବଅଁରପାଳ ଥାନା ବୋଉଳି ଗଡ ଠାରେ ଥିବା IOCL ର ତେଲ ପାଇପ ଲାଇନରୁ କିଛି ଦୁର୍ବୃତ୍ତ ତେଲ ଚୋରି କରିଥିବା ଅଭିଯୋଗରେ ପୋଲିସ ଚୋରକୁ ଧରିବାକୁ ଗାଁ କୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Feb 9, 2021, 10:24 AM IST

ABOUT THE AUTHOR

...view details