ଓଡିଶା

odisha

ETV Bharat / state

ଭୁଲ ଇଞ୍ଜେକ୍ସନ ଦେବା ଅଭିଯୋଗରେ ଗିରଫ ହେଲେ ପାଥୋଲୋଜିଷ୍ଟ

ରୋଗୀ ନେଉଥିବା ଇଞ୍ଜେକ୍ସନ ନଦେଇ ଆଉ ଏକ ଅଲଗା ଭୁଲ ଇଞ୍ଜେକ୍ସନ ଦେଇ ଫସିଲେ ପାଥୋଲୋଜିଷ୍ଟ ମଦନ ସାହୁ । ଅଧିକ ପଢନ୍ତୁ...

ଭୁଲ ଇଞ୍ଜେକ୍ସନ ଦେବା ଅଭିଯୋଗ, ଗିରଫ ହେଲେ ପାଥୋଲୋଜିଷ୍ଟ
ଭୁଲ ଇଞ୍ଜେକ୍ସନ ଦେବା ଅଭିଯୋଗ, ଗିରଫ ହେଲେ ପାଥୋଲୋଜିଷ୍ଟ

By

Published : Aug 24, 2020, 12:28 PM IST

ଅନୁଗୋଳ: ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନବଘନ ଭୂତିଆଙ୍କ ପତ୍ନୀ କଇଁତା ଭୂତିଆଙ୍କ ଦେହ ଅସୁସ୍ଥ କାରଣରୁ ଅନୁଗୋଳର ଏକ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଥିଲେ। ଘରକୁ ଆଣି ଗ୍ରାମର ଘରୋଇ ପାଥୋଲୋଜିଷ୍ଟ ମଦନ ସାହୁଙ୍କ ପାଖରେ ପ୍ରତିଦିନ ଇଂଜେକସନ ଦେଉଥିଲେ।

ଭୁଲ ଇଞ୍ଜେକ୍ସନ ଦେବା ଅଭିଯୋଗ, ଗିରଫ ହେଲେ ପାଥୋଲୋଜିଷ୍ଟ

ହେଲେ ଗତକାଲି(ରବିବାର) ପାଥୋଲୋଜିଷ୍ଟ ଜଣକ ରୋଗୀ ନେଉଥିବା ଇଞ୍ଜେକ୍ସନ ବଦଳରେ ତାଙ୍କ ପାଖରେ ଥିବା ଆଉ ଏକ ଭୁଲ ଇଞ୍ଜେକସନ ଦେଇଥିଲେ। ଫଳରେ ରୋଗି ଜଣଙ୍କର ଦେହ ଅସୁସ୍ଥ ହୋଇଯାଇଥିଲା। ଫଳରେ ପରିବାର ପକ୍ଷରୁ ଏହାକୁ ନେଇ ପାଥୋଲୋଜିଷ୍ଟ ମଦନ ସହୁଙ୍କ ସହ ବଚସା ହୋଇଥିଲା ।

ଶେଷରେ ପରିବାର ପକ୍ଷରୁ ଛେଣ୍ତିପଦା ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏ ସମ୍ପର୍କରେ ମାମଲା ରୁଜୁ କରି ସମ୍ପୃକ୍ତ ପାଥୋଲଜିଷ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details