ଓଡିଶା

odisha

ETV Bharat / state

Panchayat Election: ଏଥର ମହିଳା ପ୍ରତିନିଧି ବାଛିବେ ପରା ପଞ୍ଚାୟତବାସୀ

ପଞ୍ଚାୟତ ନିର୍ବାଚନର ଉଷ୍ମତା ସବୁଠି ଦେଖିବାକୁ ମିଳୁଛି । ନୂତନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ କିଛି ପଞ୍ଚାୟତରେ ପରିସ୍ଥିତି ବଦଳିଛି । ଆଉ କିଛି ପଞ୍ଚାୟତରେ ସ୍ଥିତି ପୂର୍ବପରି ରହିଛି। ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଭୋଟରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପତିଆରା ଦେଖାଇବାରେ ଲାଗି ପଡ଼ିଛନ୍ତି । ଅଧିକ ପଢନ୍ତୁ

By

Published : Jan 10, 2022, 10:43 PM IST

Panchayat Election: ଏଥର ମହିଳା ପ୍ରତିନିଧି ବାଛିବେ ପରା ପଞ୍ଚାୟତବାସୀ
Panchayat Election: ଏଥର ମହିଳା ପ୍ରତିନିଧି ବାଛିବେ ପରା ପଞ୍ଚାୟତବାସୀ

ଅନୁଗୋଳ:ପଞ୍ଚାୟତ ନିର୍ବାଚନର ଉଷ୍ମତା ସବୁଠି ଦେଖିବାକୁ ମିଳୁଛି । ନୂତନ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ କିଛି ପଞ୍ଚାୟତରେ ପରିସ୍ଥିତି ବଦଳିଛି । ଆଉ କିଛି ପଞ୍ଚାୟତରେ ସ୍ଥିତି ପୂର୍ବପରି ରହିଛି। ଅନୁଗୋଳ ଛେଣ୍ଡିପଦାରେ ୧୯୮୪ରେ ସ୍ଥାପିତ ହୋଇଥିଲା ପରା ପଞ୍ଚାୟତ । ପଞ୍ଚାୟତ ଅଧୀନରେ ପରା, ପରା ଜଙ୍ଗଲ ମୌଜା ଏବଂ ଓଗି ଏହି ୩ଟି ରାଜସ୍ୱ ଗାଁ ଥିଲା । ଗତ ୨୦୧୭ରେ ଓଗି ଗାଁକୁ ଅଲଗା କରି ସ୍ୱତନ୍ତ୍ର ପଞ୍ଚାୟତ ଘୋଷଣା କଲେ । ବର୍ତ୍ତମାନ ପରା ପଞ୍ଚାୟତରେ ପରା ଓ ପରା ଜଙ୍ଗଲ ମୌଜା ରହିଛି। ଏହି ପଞ୍ଚାୟତର ମୋଟ ଲୋକ ସଂଖ୍ୟା ୪୨୧୪ ରହିଥିବା ବେଳେ ମୋଟ ଭୋଟର ସଂଖ୍ୟା ୩୯୧୪ ରହିଛ ।

Panchayat Election: ଏଥର ମହିଳା ପ୍ରତିନିଧି ବାଛିବେ ପରା ପଞ୍ଚାୟତବାସୀ

୧୧ଟି ୱାର୍ଡରେ ପୁରୁଷ ଭୋଟର ୨୦୬୪ ରହିଥିବା ବେଳେ ମହିଳା ଭୋଟର ୧୮୫୦ ଜଣ ରହିଛନ୍ତି । ଏହି ପଞ୍ଚାୟତର ବର୍ତ୍ତମାନର ସରପଞ୍ଚ ଶ୍ରୀକାନ୍ତ କୁମାର ପ୍ରଧାନ ଗତ ୨୦୧୨ ରୁ ୨୦୧୭ ଏବଂ ୨୦୧୭ ରୁ ଆଜି ପର୍ଯ୍ୟନ୍ତ ଦୁଇଟି ଯାକ ନିର୍ବାଚନରେ ବିଜୟୀ ହୋଇ ସରପଞ୍ଚ ଦାୟିତ୍ୱ ତୁଲାଇ ଆସୁଛନ୍ତି । କହିବାକୁ ଗଲେ ସେ ଜଣେ ସର୍ବାଧିକ ଲୋକପ୍ରିୟ ସରପଞ୍ଚ।



କିନ୍ତୁ ଏଥର ସରପଞ୍ଚ ପଦବିଟି ମହିଳାଙ୍କ ପାଇଁ ସଂରକ୍ଷିତ । ତେବେ ମହିଳାଙ୍କ ପାଇଁ ଆସନଟି ସଂରକ୍ଷିତ ଥିବାରୁ ଅନେକ ମହିଳା ଜଣେ ମହିଳା ସରପଞ୍ଚ ପାଇବାକୁ ବେସ୍‌ ଖୁସି ଜଣା ପଡୁଛନ୍ତି। ଯଦିଓ ବର୍ତ୍ତମାନ ସୁଦ୍ଧା କେହି ମହିଳା ଆଶାୟୀ ପ୍ରାର୍ଥୀ ସାମନାକୁ ଆସି ନାହାନ୍ତି କିନ୍ତୁ ନିଶ୍ଚିତ ଭାବେ ଜଣେ ଯୋଗ୍ୟତାସମ୍ପନ୍ନ ମହିଳା ଆସିବେ ଏବଂ ତାଙ୍କୁ ଭୋଟ ଦେଇ ଜିତାଇବେ ବୋଲି ଦୃଢ଼ ନିଷ୍ପତ୍ତି ନେଇଛନ୍ତି ପଞ୍ଚାୟତର ମହିଳାଗଣ । ପଞ୍ଚାୟତରେ ଅନେକ ଜନହିତକର କାମ ହୋଇଛି । ବିଗତ ୫ ବର୍ଷରେ ୨୪୦ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ୨୫୦ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆ ଯାଇଛି ।

ନୂତନ ସଂଯୋଗୀକରଣ ରାସ୍ତା, କଂକ୍ରିଟ ରୋଡ଼, ପୋଲ ନିର୍ମାଣ, ଡ୍ରେନ, ପୋଖରୀ ଖନନ ଓ ପୁନରୁଧାର, ଖେଳ ପଡିଆ ଉନ୍ନତିକରଣ, ସ୍କୁଲ୍‌ ପାଚେରୀ ନିର୍ମାଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଗତ ବର୍ଷ ପଞ୍ଚାୟତ ଗୃହର ନବୀକରଣ କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟଟି ଏତେ ସୁନ୍ଦର ଭାବେ କରା ଯାଇଛି ତାହା ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଗୋଟିଏ ପରିବେଶ ଭିତରେ ମହିଳା ଗୋଷ୍ଠୀ ପାଇଁ କାର୍ଯ୍ୟାଳୟ ଘର କରାଯାଇଛି । ଏହି ପଞ୍ଚାୟତର ବିଶେଷ ଆକର୍ଷଣ ହେଉଛି ଗ୍ରାମୀଣ ପାର୍କ । ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରାଯାଇଛି ।

ପଞ୍ଚାୟତରେ ସୁନ୍ଦର ପରିବେଶ ଏବଂ ସବୁବେଳେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆ ଯାଉଛି । ଏଥର ଜଣେ ମହିଳା ସରପଞ୍ଚ କିଭଳି ଏହି ପଞ୍ଚାୟତର ବିକାଶର ଧାରାକୁ ଆଗକୁ ନେବେ ତାହା ସମୟ କହିବ । ତଥାପି ସରକାରଙ୍କ ନିଷ୍ପତ୍ତିକୁ ପଞ୍ଚାୟତ ବାସିନ୍ଦା ଗ୍ରହଣ କରିଛନ୍ତି । ଜଣେ ଦକ୍ଷ ମହିଳାଙ୍କୁ ଭୋଟ ଦେଇ ସରପଞ୍ଚ କରାଇବାକୁ ସ୍ଥିର କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details