ଓଡିଶା

odisha

ETV Bharat / state

କୋଇଲା ଅଭାବରେ 6ଟିରୁ 4ଟି ୟୁନିଟ ବନ୍ଦ କଲା ଏନଟିପିସି

ଏନଟିପିସିରେ ଦେଖାଦେଇଛି କୋଇଲା ସଙ୍କଟ । ବିଦ୍ୟୁତ ଉତ୍ପାଦନ କରୁଥିବା 6ଟି ୟୁନିଟରୁ ପ୍ରାୟ 4ଟିକୁ ବନ୍ଦ କରି ସାରିଛି ଏନଟିପିସି । ତାଲଚେର କୋଇଲା ଖଣିରୁ ପ୍ରାୟ 12 ଦିନ ହେବ କୋଇଲା ଆସିପାରୁନାହିଁ । ଫଳରେ ଗୋଟି ଗୋଟି କରି 4ଟି ୟୁନିଟ ବନ୍ଦ କରିଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Aug 3, 2019, 2:37 PM IST

ଅନୁଗୋଳ: କଣିହାଁ ସ୍ଥିତ NTPC କାରଖାନାରେ ଅଚଳାବସ୍ଥା ଜାରି ରହିଛି। କୋଇଲା ଅଭାବରୁ ଶୁକ୍ରବାର ରାତିରେ ଆଉ ଗୋଟିଏ ବିଦ୍ୟୁତ ଉତ୍ପାଦନ ୟୁନିଟ ବନ୍ଦ କରିଦେଇଛି ଏନଟିପିସି(NTPC)। ପୂର୍ବରୁ ୩ଟି ୟୁନିଟକୁ ବନ୍ଦ କରି ଦିଆ ଯାଇଥିଲା। କାରଖାନାର ମୋଟ ୬ ଟି ୟୁନିଟରୁ ଏବେ ସୁଦ୍ଧା ୪ଟି ୟୁନିଟ ବନ୍ଦ ରହିଛି। ଫଳରେ ବିଦ୍ୟୁତ ଉତ୍ପାଦନ ଆଶାତୀତ ଭାବେ କମି ଯାଇଛି। ଯେଉଁଠି ୩ହଜାର ମେଗାୱାଟ ବିଜୁଳି ଉତ୍ପାଦନ ହେଉଥିଲା ସେଠାରେ ଏବେ ୨ଟି ୟୁନିଟରୁ ମାତ୍ର ୧ହଜାର ମେଗାୱାଟରୁ କମ ବିଜୁଳି ଉତ୍ପାଦିତ ହେଉଛି ।

ତାଳଚେର ସ୍ଥିତ କୋଇଲା ଖଣି ଗୁଡିକ ୧୨ଦିନ ହେଲା ବନ୍ଦ ରହିଛି। ଫଳରେ ଖଣ୍ଡେ କୋଇଲା ଯୋଗାଣ ହୋଇ ପାରି ନାହିଁ । NTPCର ଷ୍ଟକ ୟାର୍ଡରେ ମାତ୍ର ୪ ହଜାର ମେଟ୍ରିକ ଟନ କୋଇଲା ମହଜୁଦ ରହିଛି। ଗୋଟିଏ ୟୁନିଟ ଚଳାଇବାକୁ ପ୍ରାୟ ୧୪ହଜାର ମେଟ୍ରିକ ଟନ କୋଇଲା ଆବଶ୍ୟକ ପଡିଥାଏ। ତେଣୁ ବର୍ତ୍ତମାନ ପରିସ୍ଥିତି ଜଟିଳ ହେବାରେ ଲାଗିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗତ ଜୁଲାଇ ୨୯ତାରିଖ ଠାରୁ ଆଜି ପର୍ଯ୍ୟନ୍ତ NTPC କର୍ତ୍ତୃପକ୍ଷ ଇବ ଭେଳି, ସିଙ୍ଗରାଣୀ ଓ ଇସିଏଲରୁ ପର୍ଯ୍ୟାୟ କ୍ରମେ ମାତ୍ର ୪୦ ହଜାର ମେଟ୍ରିକ ଟନ କୋଇଲା ଆଣିବାରେ ସକ୍ଷମ ହୋଇଛନ୍ତି । ରବିବାର ଆଉ ଗୋଟିଏ ୟୁନିଟ ବନ୍ଦ ହେବାର ଆଶଙ୍କା ରହିଛି । ଅଚଳାବସ୍ଥା ଲାଗି ରହିଥିବାରୁ ଉତ୍ତର ଭାରତ ରେ ବିଜୁଳି ସଙ୍କଟ ଦେଖା ଦେଲାଣି । ପ୍ରାୟ 17ଟି ରାଜ୍ୟର ବିଜୁଳି ସେବା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details