ଓଡିଶା

odisha

By

Published : Oct 21, 2022, 6:55 PM IST

ETV Bharat / state

ବାଣ ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, 3 ଗୁରୁତର

ବାଣ ଭିଡୁଥିବା ବେଳେ ବିସ୍ଫୋରଣ । ଅନୁଗୋଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ବାଣ ଭିଡୁଥିବା ବେଳେ ବିସ୍ଫୋରଣ
ବାଣ ଭିଡୁଥିବା ବେଳେ ବିସ୍ଫୋରଣ

ଅନୁଗୋଳ: ବାଣ ଭିଡିବା ବେଳେ ଅଘଟଣ । ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରୁ ।

ବାଣ ଭିଡୁଥିବା ବେଳେ ବିସ୍ଫୋରଣ

ଅନୁଗୋଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗ୍ରାମରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ସାଆନ୍ଦା ଗ୍ରାମର ତ୍ରିପୁର ବେହେରା ।

ଏହା ମଧ୍ୟ ପଢନ୍ତୁ: ନରମିଲେ ରେଭେନ୍ସା କର୍ତ୍ତୃପକ୍ଷ, ପ୍ରତିବାଦ ପରେ କଠୋର ବିଜ୍ଞପ୍ତି ପ୍ରତ୍ୟାହାର

ସୂଚନାଅନୁସାରେ, ଆଜି(ଶୁକ୍ରବାର) ତ୍ରିପୁର ସକାଳୁ ସକାଳୁ ଘରେ ବାଣ ଭିଡୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡିଯାଇଥିଲା । ପରେ ଆହତମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଖବରପାଇ ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ବାଣ କାରଖାନା ଆଇନ୍ ସମ୍ମତ ଥିଲା ନା ବେଆଇନ ଭାବରେ ଚାଲିଥିଲା ସେନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଏହା କେବେ ଠାରୁ ଚାଲିଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details