ଓଡିଶା

odisha

ETV Bharat / state

ଜୋର ଧରୁଛି ସ୍ଥାୟୀ ନିଯୁକ୍ତି ଦାବି, ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ଠିକା କର୍ମଚାରୀଙ୍କ ଭଳି ରାଜ୍ୟର ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ଦାବି ନେଇ ଅନୁଗୋଳରେ ବିକ୍ଷୋଭ । ଆସନ୍ତା 15 ତାରିଖ ସୁଦ୍ଧା ନିଷ୍ପତ୍ତି ନିଆନଗଲେ ପରିସ୍ଥିତି ଜଟିଳ ହେବା ନେଇ ଧମକ । ଅଧିକ ପଢନ୍ତୁ

By

Published : Nov 13, 2022, 3:44 PM IST

ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ
ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ଅନୁଗୋଳ: ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିବା ପରେ ଏବେ ସ୍ଥାୟୀ ନିଯୁକ୍ତି ପାଇଁ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଛନ୍ତି । ଅନୁଗୋଳ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଂଘର ଦୁଇ ହଜାରରୁ ଅଧିକ କର୍ମଚାରୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଉଟସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛି ଅନୁଗୋଳ ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ଯଦି ଆସନ୍ତା 15 ତାରିଖ ସୁଦ୍ଧା ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ ପ୍ରକ୍ରିୟାକୁ ନେବାଲାଗି ସରକାର କୌଣସି ନିଷ୍ପତ୍ତି ନନିଅନ୍ତି ତେବେ ପରିସ୍ଥିତି ଜଟିଳ ହେବ ବୋଲି ଧମକ ଦେଇଛନ୍ତି । ହଜାର ହଜାର କର୍ମଚାରୀଙ୍କ ଅସନ୍ତୋଷ କାରଣରୁ ଆସନ୍ତା 26 ତାରିଖରେ ଭୁବନେଶ୍ୱର PMG ଛକରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଧମକ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:ଅଜବ ପରମ୍ପରା: ଗ୍ରାମରେ ଜନ୍ମ ହୋଇପାରିବେନି ଶିଶୁ !


ଅନୁଗୋଳ ଜିଲ୍ଲାର ସଭାପତି ଯୁଗନମୟୀ ଦାଶ ଓ ସମ୍ପାଦକ ସଞ୍ଜୟ ସାହୁଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ମହାସଂଘର ଜିଲ୍ଲା ସ୍ତରୀୟ ଜରୁରୀ ବୈଠକ ଅନୁଗୋଳ ସ୍ଥିତ ଗାନ୍ଧୀ ମାର୍ଗ ଠାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରୀୟ ମହାସଂଘର ସଭାପତି ସଞ୍ଜୟ ପଟ୍ଟନାୟକ ଉକ୍ତ ସଭାରେ ଯୋଗଦେଇ କହିଛନ୍ତି, "ଜିଲ୍ଲାର ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀ ଆସନ୍ତା 14 ଠାରୁ 19 ରିଖ ପର୍ଯ୍ୟନ୍ତ ଅଫିସ ଦପ୍ତରରେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବା ସହ ପ୍ରତିବାଦର ସ୍ୱର ଉଠାଇବେ ଏବଂ ନଭେମ୍ବର 26 ତାରିଖରେ ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବିରେ ଭୁବନେଶ୍ୱର ସ୍ଥିତ PMG ଛକରେ ଧାରଣାରେ ବସିବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର 15 ତାରିଖରେ ଚୁକ୍ତି ଭିତ୍ତିକ ପ୍ରଥାକୁ ବିଲୋପ କରି ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଥିଲେ । ମାତ୍ର ରାଜ୍ୟର ବିଭିନ୍ନ ସରକାରୀ ଅଫିସରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କ କ୍ଷେତ୍ରରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଯାହା ଫଳରେ ଏବେବି ସ୍ୱଳ୍ପ ଦରମା ଓ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଗୋଟି ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ଦୀର୍ଘ ଦିନର ଏହି ଅବହେଳାକୁ ନେଇ ଆଉଟସୋର୍ସିଂ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକି ଭବିଷ୍ୟତରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ।"

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details