ଅନୁଗୋଳ: ପୁଣି ରିଆଲିଟି ଶୋ'ରେ ଚମକିଛନ୍ତି ଓଡିଆ ଝିଅ । ଏଥର ନୃତ୍ୟ କିମ୍ବା ସଙ୍ଗୀତ ପାଇଁ ନୁହଁ ବରଂ ନିଜର ଖାଦ୍ୟ ପ୍ରସ୍ତୁତି ପାଇଁ ନିଜର ପରିଚୟ ସୃଷ୍ଟି କରିଛନ୍ତି ଏହି ପ୍ରତିଭା। ଏକ ଘରୋଇ ଚ୍ୟାନେଲରେ ରିଆଲିଟି ଶୋ' ମାଷ୍ଟର ସୈଫରେ ଶ୍ରେଷ୍ଠ 15 ଜଣଙ୍କ ମଧ୍ୟରେ ସ୍ଥାନପାଇଛନ୍ତି । ଆମେ କହୁଛୁ ଅନୁଗୋଳର ଝିଅ ସ୍ମୃତିଶ୍ରୀ ସିଂଙ୍କ ବିଷୟରେ ।
ଏକ ରିଆଲିଟି ଶୋ'ମାଷ୍ଟର୍ସ ସୈଫ୍ର ଶ୍ରେଷ୍ଠ 15 ଜଣଙ୍କ ମଧ୍ୟରେ ରହି ପାରିଛନ୍ତି ଅନୁଗୋଳର ସ୍ମୃତିଶ୍ରୀ ସିଂହ (26)। ଅନୁଗୋଳ ସହର ଗାନ୍ଧିମାର୍ଗରେ ରହୁଥିବା ନାଲକୋର ଇଞ୍ଜିନିୟର ରଞ୍ଜିତ ସିଂହ ଓ ଗୃହିଣୀ ରୀତା ସିଂହଙ୍କ ସୁକନ୍ୟା ସ୍ମୃତିଶ୍ରୀ । ବିଜ୍ଞାନରେ ସ୍ନାତକ ସାରିବା ପରେ ଭୁବନେଶ୍ବରରେ ହୋଟେଲ୍ ମ୍ୟାନେଜମେଣ୍ଟ କୋର୍ସ କରିଛନ୍ତି । ଭୁବନେଶ୍ବରର ବିଭିନ୍ନ ହୋଟେଲରେ ସୈଫ୍ ରହିବା ପରେ ଏକ ହୋଟେଲରେ ସେ ଆସିଷ୍ଟାଣ୍ଟ୍ ମ୍ୟାନେଜର ଅଛନ୍ତି । ପୂର୍ବରୁ ଭୁବନେଶ୍ବରରେ ‘ମାଷ୍ଟର୍ସ ସେଫ୍ ସିଜନ୍-6’ର ଅଡିସନରେ ସ୍ମୃତିଶ୍ରୀ 50 ଜଣ ପ୍ରତିଯୋଗୀ ବିଶିଷ୍ଟ ମେଗା ଅଡିସନକୁ ଉନ୍ନୀତ ହୋଇଥିଲେ । ମାଷ୍ଟର୍ସ ସୈଫ୍ର ପ୍ରଥମ ପର୍ଯ୍ୟାୟରେ ଶ୍ରେଷ୍ଠ 10 ଜଣ ପ୍ରତିଯୋଗୀ ଚୟନ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ 5 ଜଣ ଚୟନ ହୋଇଥିଲା। ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ସାମିଲ୍ ଥିଲେ ସ୍ମୃତିଶ୍ରୀ । ମେଗା ଅଡିସନରେ ସ୍ମୃତିଶ୍ରୀ ‘କୁଟ୍ଟୁ-ଏ-ପାସ୍ତା’ ନାମକ ଏକ ହେଲଦି ଡିସ୍ ପ୍ରସ୍ତୁତ କରିଥିଲେ । ଯାହା ବିଚାରକଙ୍କୁ ବେଶ ପସନ୍ଦକୁ ଆସିଥିଲା ।