ଓଡିଶା

odisha

ETV Bharat / state

କୋଇଲା ମରୁଡି: ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ରର 6ରୁ, 4 ୟୁନିଟ୍‌ ବନ୍ଦ - ଏନଟିପିସି

କୋଇଲା ନିଅଣ୍ଟ ଲାଗି ରହିଛି ଏନଟିପିସି । କୋଇଲା ମରୁଡି ଫଳରେ ମୋଟ 6ଟି ୟୁନିଟରୁ ଏବେ ସୁଦ୍ଧା 4ଟି ୟୁନିଟ ବନ୍ଦ ରହିଛି । ଫଳରେ ବିଦ୍ୟୁତ ଉତ୍ପାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Aug 4, 2019, 2:23 PM IST

ଅନୁଗୋଳ: ଦିନକୁ ଦିନ ଅନୁଗୋଳ କଣିହାଁସ୍ଥିତ ମହାରତ୍ନ କମ୍ପାନୀ ଏନଟିପିସି ତାପଜ ବିଦ୍ୟୁତ କେନ୍ଦ୍ର ଦୁର୍ଦ୍ଦିନ ଆଡକୁ ଗତି କରୁଛି । କୋଇଲା ଅଭାବ ଯୋଗୁଁ ସ୍ଥିତି ସଂଘାତିକ ହେବାରେ ଲାଗିଲାଣି । ଏଭଳି କୋଇଲା ନିଅଣ୍ଟ ଲାଗି ରହିଲେ ଅଚଳାବସ୍ଥା ଆଶଙ୍କାରେ ଏନ୍‌ଟିପିସି । କୋଇଲା ମରୁଡି ଫଳରେ ମୋଟ 6ଟି ୟୁନିଟରୁ ଏବେ ସୁଦ୍ଧା 4ଟି ୟୁନିଟ ବନ୍ଦ ରହିଛି । ଫଳରେ ବିଦ୍ୟୁତ ଉତ୍ପାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏନ୍‌ଟିପିସିରେ ଥିବା ମୋଟ୍‌ ୬ଟି ୟୁନିଟ୍‌ରୁ ଦୈନିକ ୩ ହଜାର ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥାଏ । ଏଥିପାଇଁ ଦିନକୁ ୫୫ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଆବଶ୍ୟକ ପଡ଼ିଥାଏ । ସେଠାରେ ଏବେ 2ଟି ୟୁନିଟରୁ ମାତ୍ର ପାଖାପାଖି 700 ମେଗାୱାଟରୁ କମ୍‌ ବିଦ୍ୟୁତ ଉତ୍ପାଦିତ ହୋଇଛି । ଏମସି୍‌ଏଲ୍‌ ର ତାଳଚେର କୋଇଲା ଖଣି ଗୁଡିକ 12ଦିନ ହେଲା ବନ୍ଦ ରହିଛି । ଫଳରେ ଖଣ୍ଡେ ବି କୋଇଲା ଯୋଗାଣ ହୋଇ ପାରି ନାହିଁ । ସେପଟେ ବିଜୁଳି ଉତ୍ପାଦନ କମିଥିବାରୁ ଉତ୍ତର ଭାରତର ଅନେକ ରାଜ୍ୟରେ ବିଜୁଳି କାଟ ଆରମ୍ଭ ହୋଇଛି ।

ସେପଟେ କୋଇଲା ଖଣି ଆନ୍ଦୋଳନର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଭଳି ମନେ ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details