ଅନୁଗୋଳ: ଝିଅଟିଏ ସଶକ୍ତ ହେଲେ ପରିବାର ସଶକ୍ତ ହୁଏ । ତା' ମନରେ ଥିବା ଭୟକୁ ଦୂର କରିବା ଓ ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ପାଇଁ ରାଷ୍ଟ୍ରାୟତ ଉଦ୍ୟୋଗ NTPC ପ୍ରୟାସ ଆରମ୍ଭ କରିଛି । ପାରିପାର୍ଶ୍ଵିକ ଅଞ୍ଚଳର ୧୨୦ ଜଣ ଛାତ୍ରୀଙ୍କୁ ସଶକ୍ତ କରିବା ପାଇଁ ଦୀର୍ଘ ଏକ ମାସ ହେବ ଚଳାଇଛି ପ୍ରୟାସ । ଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ଶିକ୍ଷା ଦେବା ସହ ଶାରୀରିକ ଓ ମାନସିକ ଭାବେ ଦକ୍ଷ କରୁଛି NTPC ।
ଏନଟିପିସି ପାରିପାର୍ଶ୍ବିକ ଗାଁ ଗୁଡିକର ୧୦ ରୁ ୧୨ ବର୍ଷ ବୟସ ଛାତ୍ରୀମାନଙ୍କୁ ସଶକ୍ତ କରିବା ପାଇଁ ଚଳାଇଛି ଏହି ଅଭିଯାନ । ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ ମାସ ଧରି ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରିଛି । ଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭା ଅନ୍ୱେଷଣ ଠାରୁ ଆରମ୍ଭ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ସେମାନଙ୍କ ମନରେ ଥିବା ଭୟକୁ କିଭଳି ଦୂର କରାଯାଇ ପାରିବ ସେନେଇ ଛାତ୍ରୀମାନଙ୍କୁ ଶିବିରରେ ବୁଝାଯାଉଛି ।