ଓଡିଶା

odisha

ETV Bharat / state

ବାଟ ଓଗାଳୁଛି ରେଳପଥ: ଯାତାୟତ ପାଇଁ ଗାଁକୁ ନାହିଁ ରାସ୍ତା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ - devastated road conditions

ଗାଁକୁ ରାସ୍ତା ନଥିବାରୁ ରେଳ ବିଭାଗର ଏକ ଅଣ୍ଡର ପାସ ଭିତରେ ଯାତାୟାତ କରିବାକୁ ପଡୁଛି। ଫଳରେ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଯାତାୟାତ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ

road problem in anugul
ଯାତାୟତ ପାଇଁ ଗାଁକୁ ନାହିଁ ରାସ୍ତା

By ETV Bharat Odisha Team

Published : Oct 7, 2023, 7:54 PM IST

ଯାତାୟତ ପାଇଁ ଗାଁକୁ ନାହିଁ ରାସ୍ତା

ଅନୁଗୋଳ:କିଶୋର ନଗର ବ୍ଲକର ବଣିନାଳୀ ଗାଁକୁ ନାହିଁ ରାସ୍ତା । ଫଳରେ ଯିବା ଆସିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । 2020 ମସିହାରୁ ରାସ୍ତା ଖଣ୍ଡେ ପାଇଁ ହୀନସ୍ଥା ହେଉଛନ୍ତି ୨ରୁ ଅଧିକ ପଞ୍ଚାୟତର ଲୋକେ । ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଯାତାୟାତ ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।


ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକର ବଣିନାଳ ଗାଁରେ ବସବାସ କରନ୍ତି ପ୍ରାୟ ଦେଢଶହ ପରିବାରର ହଜାରରୁ ଅଧିକ ଲୋକ । ଲୋକଙ୍କର ପ୍ରଧାନ ସମସ୍ୟା ହେଉଛି ଯାତାୟାତ । ଘରୁ ବାହାରିଲେ ତାଳଚେର ସମ୍ବଲପୁର ରେଳପଥ ଓ ୫୫ ନମ୍ବର ଜାତୀୟ ରାଜପଥ । ହେଲେ ଲୋକେ କେବଳ ଏହାକୁ ଦେଖୁଛନ୍ତି । କିନ୍ତୁ ନିଜେ ଗାଁରୁ ବାହାରକୁ ବାହାରିବା ପାଇଁ ନିତିଦିନିଆ ରାସ୍ତାଟିଏ ନାହିଁ । ପୂର୍ବରୁ ଗାଁ ନିକଟରେ ରେଳ ପଥ ଉପରେ ଏକ ଫାଟକ ଥିଲା । ଅସୁବିଧା ହେଲେବି ସେହି ଫାଟକ ଦେଇ ଲୋକେ ଯାତାୟାତ କରୁଥିଲେ । ପିଲାମାନେ ସ୍କୁଲ, କଲେଜ ଓ ଅଙ୍ଗନବାଡି ଯାଉଥିଲେ । ଜାତୀୟ ରାଜପଥକୁ ଯିବାକୁ ମାତ୍ର ୫୦ ମିଟର ଦୂରତା ପଡୁଥିଲା। କିନ୍ତୁ ରେଳ ବିଭାଗ ସେହି ଫାଟକ ବନ୍ଦ କରି ଦେଇଛନ୍ତି । ରେଳ ପଥ ପାର୍ଶ୍ୱରେ ଏକ ଅଣଓସାରିଆ ରାସ୍ତାରେ ଲୋକଙ୍କୁ ଯାତାୟାତ କରିବାକୁ କୁହାଯାଇଛି ।

ସେହି ରାସ୍ତାରେ ଗଲେ ବର୍ଷ ଦିନେ ଆଣ୍ଠୁଏ ପାଣି ଓ କାଦୁଅରେ ଯିବାକୁ ପଡୁଛି । ରେଳ ବିଭାଗର ଏକ ଅଣ୍ଡର ପାସ ଭିତରେ ଯାତାୟାତ କରିବାକୁ ପଡୁଛି । ଯାହାକି ଅତ୍ୟନ୍ତ ବିପଜ୍ଜନକ ଓ କଷ୍ଟ ସାଧ୍ୟ । ତଥାପି କୌଣସି ଉପାୟ ନପାଇ ବାଧ୍ୟ ହୋଇ ଛୋଟପିଲାଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସେହି ରାସ୍ତାରେ ଯିବା ଆସିବା କରୁଛନ୍ତି । ଜାତୀୟ ରାଜପଥ ଅପରପର୍ଶ୍ଵରେ ଅଙ୍ଗନବାଡି କେନ୍ଦ୍ର ଓ ପ୍ରାଥମିକ ସ୍କୁଲ ଥିବାରୁ ପିଲାମାନଙ୍କୁ ବହୁ କଷ୍ଟ କରିବାକୁ ପଡୁଛି । ରାସ୍ତା ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ରେଳ ବିଭାଗକୁ ଲିଖିତ ଅଭିଯୋଗ ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହା ବି ପଢନ୍ତୁ...ପୂର୍ତ୍ତ ବିଭାଗର ଅବହେଳାରୁ ରାସ୍ତା ଅବସ୍ଥା ବେହାଲ ! ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ଗାଁ ନିକଟରେ ଥିବା ଅନ୍ୟ ଏକ ଅଣ୍ଡର ପାସ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା କିମ୍ବା ବନ୍ଦ କରାଯାଇଥିବା ଫାଟକକୁ ପୁଣି ଥରେ ଖୋଲିବା ପାଇଁ ଦାବି କରି ଆସୁଛନ୍ତି ଲୋକେ । ଅନେକ ସମୟରେ ରେଳ ଚଳାଚଳ କରୁଥିବାରୁ ବନ୍ଦ ଫାଟକ ଦେଇ ଯିବା ଆସିବା କରିବା ଜୀବନ ପ୍ରତି ବିପଦ ରହିଛି । ତେଣୁ ଗ୍ରାମବାସୀ ପୁଣି ଥରେ ପ୍ରଶାସନକୁ ଗୁହାରି କରିଛନ୍ତି । ଫଳରେ ଆଠମଲ୍ଲିକ ଉପଜିଲ୍ଲାପାଳ ଓ ତହସିଲଦାର ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ସେ କହିଛନ୍ତି, "ଅଭିଯୋଗ ପାଇବା ପରେ ଆମେ ଘଟଣାସ୍ଥଳକୁ ଆସି ସମସ୍ୟାର ସମ୍ପର୍କରେ ଅନୁଧ୍ୟାନ କରିଛି । ଖୁବଶୀଘ୍ର ଏହାର ସମାଧାନ କରାଯିବ ।" ଅନ୍ୟପଟେ ଏକ ମାସ ମଧ୍ୟରେ ଏହାର ସମାଧାନ ନହେଲେ ଲୋକେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details