ଅନୁଗୋଳ:ଜିଲ୍ଲାରେ କମିବାର ନାଁ ନେଉନାହିଁ ସଂକ୍ରମଣ । ପ୍ରତିଦିନ ଜିଲ୍ଲାରେ ପାଞ୍ଚ ଶହରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି ଯାହା ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣାକୁ ଜୋରଦାର କରାଯାଇଛି । ନିୟମ ମାନୁ ନଥିବା ଅମାନିଆଙ୍କୁ ପ୍ରଶାସନ ପକ୍ଷରୁ ଫାଇନ ଆଦାୟ କରାଯାଉଛି ।
ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଲେ ବି ଚେତୁ ନାହାନ୍ତି ଆମାନିଆ । ଜିଲ୍ଲାରେ କଟକଣା କିପରି ରହିଛି ଆଜି( ଶୁକ୍ରବାର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ ଅନୁଗୋଳ ସହର ସାରା ବୁଲି ବୁଲି ବ୍ୟାପକ ଚେକିଂ କରିଛି । ଯେଉଁମାନେ କଟକଣାକୁ ବେଖାତିର କରି ଦୋକାନ ଖୋଲିଥିଲେ ସେମାନଙ୍କ ଦୋକାନ ସିଲ କରିବା ସହ ଫାଇନ ଆଦାୟ କରାଯାଇଛି ।