ଅନୁଗୋଳ:ଦୁଇ କଅଁଳ ଶିଶୁଙ୍କୁ ହତ୍ୟା କରିଛି ମା' । ମାତ୍ର 4 ରୁ 5 ମାସର ଦୁଇ ଛୁଆଙ୍କୁ ନିଜେ କୂଅରେ ପକାଇ ହତ୍ୟା କରିଛନ୍ତି ତପସ୍ୱିନୀ ସାହୁ । ହତ୍ୟାକାଣ୍ଡର କୌଣସି ନିର୍ଦ୍ଦିଷ୍ଟ କାରଣ ସେ କହୁନଥିଲେ ବି ନିଜ ବଂଶ ବୁଡାଇଥିବା କଥା ସ୍ୱୀକାର କରିଛନ୍ତି । ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଘଟିଥିଲା ଏହି ହତ୍ୟାକାଣ୍ଡ । "ମୁଣ୍ଡାଢ଼ିପ ସାହିର ସୁନୀଲ କୁମାର ସାହୁଙ୍କ ଘରୁ ହଠାତ ଚିତ୍କାର ଶୁଭିଲା । ଘରେ ତାଙ୍କର ୪ ମାସର ଦୁଇ ଶିଶୁ ନଥିଲେ । ତୁରନ୍ତ ସ୍ଥାନୀୟଲୋକେ ଘର ଆଗରେ ରୁଣ୍ଡ ହୋଇଗଲେ । ଶିଶୁଙ୍କ ମା' ତପସ୍ୱିନୀ ସାହୁ କୁଆଡେ ସେତେବେଳେ ସାହି ମୁଣ୍ଡରେ ଥିବା ଜଣକ ଘରକୁ କ୍ଷୀର ଆଣିବାକୁ ଯାଇଥିଲେ ବୋଲି କହିଥିଲେ ।
ସେତେବେଳକୁ ତପସ୍ବିନୀଙ୍କ ସ୍ୱାମୀ ସୁନୀଲ ଓ ଅନ୍ୟମାନେ କେହି ଘରେ ନଥିଲେ । ବହୁ ଖୋଜା ଖୋଜି ପରେ ଶିଶୁ ଦୁହିଁଙ୍କ ମୃତଦେହ ଘର ପଛପଟେ ଥିବା କୂଅ ଭିତରେ ଭାସୁଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବନ୍ତଳା ଡାକ୍ତରଖାନାକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେତେବେଳେ ପରିବାର ଲୋକେ କେହି ପୂର୍ବ ଶତ୍ରୁତାରୁ ଏଭଳି କରିଥାଇପାରେ ବୋଲି ସନ୍ଦେହ କରୁଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ହେଲେ ଶିଶୁଙ୍କ ମୃତ୍ୟୁର କାରଣ ପୋଲିସ ବହୁ ଉଦ୍ୟମ କରି ମଧ୍ୟ ପାଇପାରିନଥିଲା । ହେଲେ ଆଜି ତପସ୍ୱିନୀ ନିଜେ ତାଙ୍କ ସ୍ୱାମୀଙ୍କ ଆଗରେ ସବୁ ସତ ସ୍ବୀକାର କରିଥିବା ଜଣାପଡିଛି ।