ଓଡିଶା

odisha

ETV Bharat / state

ହାତୀକୁ ମାରି ଦାନ୍ତ କାଟିନେଲେ ଦୁର୍ବୃତ୍ତ

ଅନୁଗୋଳ ଜିଲ୍ଲାର ପାଲଲହଡା ରେଞ୍ଜ ତପ୍ତଝରଣ ଗାଁ ନିକଟସ୍ଥ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରେ ହାତୀର ମୃତଦେହ ଠାବ । କେହି ଦୁବୃର୍ତ୍ତ ହାତୀକୁ ମାରି ଦାନ୍ତ ନେଇଯାଇଥିବା ସନ୍ଦେହ ।

By

Published : Oct 2, 2020, 10:52 AM IST

ହାତୀକୁ ମାରି ଦାନ୍ତ କାଟିନେଲେ ଦୁର୍ବୃତ୍ତ
ହାତୀକୁ ମାରି ଦାନ୍ତ କାଟିନେଲେ ଦୁର୍ବୃତ୍ତ

ଅନୁଗୋଳ: ଜିଲ୍ଲାର ପାଲଲହଡା ରେଞ୍ଜ ତପ୍ତଝରଣ ଗାଁ ନିକଟସ୍ଥ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରେ ହାତୀର ମୃତଦେହ ଠାବ । ମୃତହାତୀର ଦାନ୍ତ ନଥିବା ଦେଖାଯାଇଛି । କେହି ଦୁବୃର୍ତ୍ତ ହାତୀକୁ ମାରି ଦାନ୍ତ ନେଇଯାଇଥିବା ସନ୍ଦେହ କରାଯାଉଛି।

ହାତୀକୁ ମାରି ଦାନ୍ତ କାଟିନେଲେ ଦୁର୍ବୃତ୍ତ

ଦନ୍ତାହାତୀର ବୟସ 20ରୁ 25 ହେବା ନେଇ ବନବିଭାଗ ଅନୁମାନ କରିଛି । ହାତୀଟିକୁ କୌଣସି ଦୁବୃର୍ତ୍ତ ଗୁଳିକରି ହତ୍ୟା କରିବା ପରେ ଦୁଇଟି ଯାକ ଦାନ୍ତ କାଟିନେଇଥିବା ଜଣାପଡିଛି । ମୃତହାତୀର ମୁଣ୍ଡକୁ ବିଭତ୍ସ ଭାବେ କାଟି ଦାନ୍ତ ନେଇଥିବା ଦେଖିବାକୁ ମିଳିଛି ।

ଜଙ୍ଗଲରେ ଗୋଟିଏ ଦନ୍ତା ହାତୀର ମୃତଦେହ ପଡିଥିବା ନେଇ ଖବର ମିଳିବା ପରେ ଦେବଗଡ ଡିଏଫଓ କ୍ଷମା ଷଡଙ୍ଗୀ,ଏସିଏଫ ପିଟର ଟିଗା, ପାଲଲହଡା ବନ ବିଭାଗ ରେଞ୍ଜର ଦୁର୍ଯ୍ୟୋଧନ ଜେରାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ତେବେ ମୃତ ଦନ୍ତାହାତୀଟି ଦୁଇ ଚାରିଦିନ ପୂର୍ବରୁ ଏକୁଟିଆ ସେହି ଜାଗାକୁ ଆସିଥିଲା ନା ଦଳବଦ୍ଧ ହୋଇ ସେହି ଅଞ୍ଚଳରେ ହାତୀ ରହିଛନ୍ତି ସେଦିଗକୁ ମଧ୍ୟ ବନବିଭାଗ ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।

ସେହିପରି କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହୋଇଛି, କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ଓ ମାରିବା ପରେ ଦାନ୍ତ ଚୋରିରେ କାହାର ସମ୍ପୃକ୍ତି ରହିଛି ସେ ଦିଗରେ ତଦନ୍ତ କରାଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details