ଓଡିଶା

odisha

ETV Bharat / state

ଭରତପୁର କୋଇଲା ଖଣି ଘଟଣା; ଏବେ ବି ସୁରକ୍ଷାକର୍ମୀ ନିଖୋଜ

ଭରତପୁର କୋଇଲା ଖଣି‌ରେ ପ୍ରାୟ ଶହେ ଫୁଟ ଉଚ୍ଚର ମାଟି ଓ କୋଇଲା ଗଦା ତଳେ ଚାପି ହୋଇ ରହିଥିବା ୪ ଜଣ ଶ୍ରମିକଙ୍କ ମଧ୍ୟରୁ ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲବା ବେଳେ ଆଜି ଅପରାହ୍ନ ସୁଦ୍ଧା ଆଉ ଦୁଇଜଣଙ୍କ ଶବ ଉଦ୍ଧାର କରାଯାଇଛି ।

By

Published : Jul 27, 2019, 11:25 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ତାଳଚେରସ୍ଥିତ ଭରତପୁର କୋଇଲା ଖଣି‌ରେ ମାଟି ଓ କୋଇଲା ଗଦା ତଳେ ଚାପି ହୋଇ ରହିଥିବା 4 ଜଣ ଶ୍ରମିକଙ୍କ ମଧ୍ୟରୁ ଆଜି ଅପରାହ୍ନ ସୁଦ୍ଧା ଆଉ ଜଣଙ୍କର ହାତଓ ଶରୀରର କିଛି ଅଂଶ ଉଦ୍ଧାର କରାଯାଇଛି।

ଅନ୍ୟଜଣେ ନିଖୋଜ ଶ୍ରମିକଙ୍କର କୌଣସି ପତ୍ତା ମିଳୁନାହିଁ। ତାଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଛି। ରାତିଦିନ ଏକ କରି ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଭିଡିଓ ସୌଡଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଉଦ୍ଧାର କାର୍ଯ୍ୟକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ସୁରକ୍ଷାକର୍ମୀ ରମେଶ ଦାସଙ୍କ କୌଣସି ପତ୍ତା ମିଳିନାହିଁ, ଯାହା ସମସ୍ତଙ୍କର ଚିନ୍ତାକୁ ବଢାଇଦେଇଛି । ସେପଟେ ଖଣିରେ ଘଟିଥିବା ଏତେ ବଡ ଦୁର୍ଘଟଣା ପାଇଁ ଏମସିଏଲକୁ ଦାୟୀ କରିଛନ୍ତି ଶ୍ରମିକ ସଙ୍ଗଠନ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details