ଓଡିଶା

odisha

ETV Bharat / state

କୋଇଲା ଖଣିରେ ମାଟି ଧସିବା ଘଟଣା: ମାଟି ତଳୁ କଟା ହାତ ଓ ଶରୀରର କିଛି ଅଂଶ ଉଦ୍ଧାର

ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାର 4ର୍ଥ ଦିନରେ ଏକ କଟା ହାତ ଓ ଶରୀରର କିଛି ଅଂଶ ଜବତ ହୋଇଛି । ଉଦ୍ଧାର କଟା ହାତ ଓ ଶରୀରର କିଛି ଅଂଶ ଚତୁର୍ଥ ଶ୍ରମିକର ହୋଇଥିବା ନେଇ ଅନୁମାନ କରାଯାଉଛି । ଗତକାଲି 3ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jul 27, 2019, 11:48 AM IST


ଅନୁଗୋଳ: ତାଳଚେରସ୍ଥିତ ଏମସିଏଲର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାର 4ର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ବି ଜଣେ ଶ୍ରମିକ ନିଖୋଜ ଅଛନ୍ତି । ମାଟି ତଳେ ଫସି ରହିଥିବା 4 ଜଣ ଶ୍ରମିକଙ୍କ ମଧ୍ୟରୁ 3 ଜଣଙ୍କ ମୃତଦେହ ଶୁକ୍ରବାର ସୁଦ୍ଧା ଉଦ୍ଧାର କରାଯାଇଛି ।

ଚତୁର୍ଥ ଦିନ ସକାଳୁ ଜାରି ରହିଥିବା ଉଦ୍ଧାର କାର୍ଯ୍ୟରେ ଏକ କଟା ହାତ ଓ ଶରୀରର କିଛି ଅଂଶ ଉଦ୍ଧାର ହୋଇଛି । ଖୁବ୍ ଶୀଘ୍ର 4ର୍ଥ ଶ୍ରମିକର ମୃତଦେହ ମିଳିବା ନେଇ ଆଶା କରାଯାଉଛି । ପୂର୍ବରୁ କୁକୁଡାଙ୍ଗ ଗାଁର ହାଇୱା ଅପରେଟର ପୁପୁନ ବିଶ୍ବାଳ, ଶିବରାମପୁର ଗାଁର ପମ୍ପ ଅପରେଟର ରାଜକିଶୋର ମହାପାତ୍ର ଓ ଗୋବରା ଗାଁର ସୁପରଭାଇଜର ରଶ୍ମିରଞ୍ଜନ ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ସିକ୍ୟୁରିଟି ଗାର୍ଡ ରମେଶ ଦାସଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିନାହିଁ । ତେଣୁ ମିଳିଥିବା କଟା ହାତ ଓ ଶରୀରର କିଛି ଅଂଶ ରମେଶଙ୍କ ହୋଇପାରେ ବୋଲି ଅନୁମାନ କରାଯାଉଛି । ସେପଟେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରୁଛନ୍ତି ଶ୍ରମିକ ସଙ୍ଗଠନ ।

ସୂଚନାନୁସାରେ, ମଙ୍ଗଳବାର ରାତିରେ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ବ୍ଲାଷ୍ଟିଂ ହୋଇ ପ୍ରାୟ 500 ମିଟର ଫୁଟ ଉପରୁ ବିରାଟ ମାଟି ଅତଡା ଖସି ପଡିଥିଲା । ସେହି ସମୟରେ ମାଟି ଲୋଡିଙ୍ଗ ପାଇଁ 8ଟି ଗାଡି ଓ 15ରୁ ଅଧିକ କର୍ମଚାରୀ ନିୟୋଜିତ ଥିଲେ । ମାଟି ଅତଡା ଧସି ଯିବାରୁ 13 ଜଣ ଶ୍ରମିକ ମାଟି ତଳେ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ 9 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବାବେଳେ 4 ଜଣ ଶ୍ରମିକ ନିଖୋଜ ଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details