ଓଡିଶା

odisha

ETV Bharat / state

ଦୁର୍ଦ୍ଦଶାର ଦୋଛକିରେ ମାଓ ଫେରନ୍ତା ଜଲି - ମାଓବାଦୀ ଜଲି ଦେଉରୀ

ମାଓ କ୍ୟାମ୍ପ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ ସାତକୋଶିଆ ଏସ.ଡ଼ି.ଏସ ଡିଭିଜନର ମାଓବାଦୀ ଜଲି ଦେଉରୀ । ସୁରକ୍ଷା ଓ ନିଯୁକ୍ତି ଦେବାକୁ ପ୍ରଶାସନ ମଧ୍ୟ ଦେଇଥିଲା ପ୍ରତିଶ୍ରୁତି । ଦେଢଲକ୍ଷ ଟଙ୍କା ଧରାଇ ଚୁପ ବସିଛି ପ୍ରଶାସନ । ହେଲେ ଜୀବନ ପ୍ରତି ଭୟ ଥିବା ନେଇ ଏବେ ମଧ୍ୟ ସୁରକ୍ଷା ପାଇଁ ସିହରୀ ଉଠୁଛନ୍ତି ଜଲି । ଆଜି ବି ନିଯୁକ୍ତି ନପାଇ ଅଭାବିର ଅନ୍ଧାର ବିତରେ ଜୀବନ ବିତାଉଛନ୍ତି ଜଲିଙ୍କ ପରିବାର ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଅନୁଗୋଳ

By

Published : Sep 3, 2019, 11:35 PM IST

ଅନୁଗୋଳ: ଆଜି ବି ଦୁର୍ଦିନରେ ସମୟ କାଟୁଛନ୍ତି ମାଓ ସଙ୍ଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମାଓ ଫେରନ୍ତାଙ୍କ ପରିବାର । ପରିସ୍ଥିତିରେ ପଡି ମାଓ ସଂଗଠନରେ ସାମିଲ ହୋଇଥିଲେ । ମାଓ ଶିବିରର ନିର୍ଯ୍ୟାତନା ଓ ଅତ୍ୟାଚାର ତାଙ୍କୁ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କଲା । ମନରେ ଅନେକ ଆଶା ଥିଲା ସରକାର ସହଯୋଗ କରିବେ । ସେ ପୁଣି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ଯାପନ କରିବ । କିନ୍ତୁ ଦେଢ ବର୍ଷ ବିତି ଯାଇଛି । ପୋଲିସ କେବଳ ଦେଢ ଲକ୍ଷ ଟଙ୍କା ଦେଇ ଦାୟିତ୍ବ ସାରି ଦେଇଛି । ଆମେ କହୁଛୁ ଅନୁଗୋଳ ଜିଲାର ମାଓ ଅଧୁଷିତ ମଝିପଡ଼ା ଗାଁର ମାଓ ଫେରନ୍ତା ଜଲୀ ଦେହୁରୀଙ୍କ କଥା ।

ଦୁର୍ଦଶାର ଦୋଛକିରେ ମାଓ ଫେରନ୍ତା ଜଲି


ମାଓ କ୍ୟାମ୍ପ ଛାଡି ସାଧାରଣ ଜୀବନ ଜିଇଲେ ମାଓ ଫେରନ୍ତାଙ୍କୁ ସରକାର ଅନେକ ସହାୟତା କରନ୍ତି । ହେଲେ ୨୦୧୮ ମସିହାରେ ମାଓ କ୍ୟାମ୍ପ ଛାଡି ସାଧାରଣ ଜୀବନ ଜିଇବାକୁ ଆସିଥିବା ଜଣେ ମାଓ ଫେରନ୍ତା ଯୁବତୀ ଓ ତାଙ୍କ ପରିବାର ଅଭାବ ଅନାଟନରେ ଜୀବନ ବିତାଉଛନ୍ତି । ୨୦୧୮ ମସିହା ଏପ୍ରିଲ ୧୮ ରେ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ ଅନୁଗୋଳ ସାତକୋଶିଆ ଜଙ୍ଗଲ ସୁଧିତ ଗାଁ ମଝିପଡାର ଜଲି ଦେହୁରି । ଆତ୍ମସମର୍ପଣକୁ ଦେଢ ବର୍ଷ ବିତିଯାଇଥିବ ବେଳେ ମାତ୍ର ଦେଢ ଲକ୍ଷ ତାଙ୍କ ଦେଇ ପୋଲିସ ତାର କାମ ସାରିଦେଇଥିବା ଜଲି ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଘର , ନିଯୁକ୍ତି ଦେବାପାଇଁ ପୋଲିସ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ତାହା ହୋଇ ନାହିଁ । ସରକାରୀ ସହାୟତାରୁ ବଞ୍ଚିତ ଜଲି ଓ ତାଙ୍କ ଏବେ ଅଭାବ ଅସୁବିଧା ରେ ସମୟ ବିତାଉଛନ୍ତି । ଜଲୀ ମନରେ ଏବେ ବି ଭୟ । ସେ ଅନେକ ସମୟରେ ଲୁଚି ରହୁଛି । କାଳେ ତାକୁ ପୁଣି ଥରେ ମାଓ ସଙ୍ଗଠନରେ ସାମିଲ କରିବାକୁ ନେଇଯିବେ କିମ୍ବା ଜୀବନରେ ମାରିଦେବେ ଏବେ ସେହି ଭୟରେ ଜଲି । ନାଁ ପୋଲିସ ପକ୍ଷରୁ ତାକୁ କୈାଣସି ସୁରକ୍ଷା ଯୋଗାଇ ଦିଆ ଯାଇଛି ନା ପେଟ ପୋଷିବାକୁ କିଛି କର୍ମ ସଂସ୍ଥାନ ।

୨୦୧୮ ମସିହା ଅନୁଗୋଳ ସାତକୋଶିଆ ଅଭୟାରଣ୍ୟରେ ମାଓବାଦୀ ସକ୍ରିୟ ଥିଲେ । ଜଙ୍ଗଲ ଅଧିଷୁତ ଗାଁ ଗୁଡ଼ିକରେ ବୁଲି ବୁଲି ସଭା ସମିତି କରୁଥିଲେ । ଏହାର ସୁଯୋଗ ରେ ମଝିପଡ଼ା ଗାଁର ଜଲୀ ଦେହୁରୀ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ମାଓ ସଙ୍ଗଠନରେ ନିର୍ଯାତନା ସହି ନପାରି ସେ ମୁଖ୍ୟ ଶ୍ରୋତକୁ ଫେରିଥିଲେ । ସେତେବେଳେ ଯାହା ପ୍ରତିଶ୍ରୁତି ମିଳିଥିଲା ତାହା କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ କରିଛନ୍ତି । ଜଲି କୁ ଏକ କର୍ମସଂସ୍ଥାନ ଯୋଗାଇ ଦେବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି । ଏନେଇ ଅନୁଗୋଳ ଏସପି ଜଗମୋହନ ମିନାଙ୍କ କହିବ କଥା ଜଲୀକୁ ଜାଗା, ଘର ନିର୍ମାଣ, ବିବାହ, ପାଠପଢା ବାବଦରେ ଦେଢ ଳକ୍ଷ ଟଙ୍କା ଦିଆ ଯାଇଛି । ଆଉ 2ଲକ୍ଷ ହଜାର ଟଙ୍କା ନିୟମ ଅନୁସାରେ ପ୍ରତି ବର୍ଷ କିଛି କିଛି କରି ପ୍ରଦାନ କରାଯିବ । ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ମଧ୍ୟ ଏବାବଦରେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଥିଲେ ।

ସରକାରୀ ନିୟମ ଅନୁସାରେ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କଲେ 35ହଜାର ଟଙ୍କା, ପ୍ରାୟ 17ଶହ ବର୍ଗଫୁଟ ଘରଡ଼ିହ, ଘର ନିର୍ମାଣ ପାଇଁ 45ହଜାର ଟଙ୍କା, ପାଠ ପଢା ପାଇଁ ପ୍ରୋତ୍ସାହନ ଦିଆଯିବା ସହ ବାର୍ଷିକ 3ହଜାର ଟଙ୍କା ଏବଂ ବିବାହ କରିବାକୁ ଚାହିଁଲେ 25ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାକୁ ସମ୍ପୁର୍ଣ୍ଣ ସୁରକ୍ଷା ଯୋଗାଇ ଦେବାର ନିୟମ ରହିଛି । ଜଲୀ ଦେହୁରୀ ପରି ଜଣେ ଗରିବ ଆଦିବାସୀ ଯୁବତୀ ଆତ୍ମ ସମର୍ପଣ କରିବା ପରେ କେବଳ ଦେଢ ଲକ୍ଷ ଟଙ୍କା ବ୍ୟତିତ ଆଉ କିଛି ସହାୟତା ପାଇ ପାରି ନାହିଁ । ଭଉଣୀର ବିବାହ ପାଇଁ ସେହି ଟଙ୍କା ଖର୍ଚ୍ଚ ହୋଇ ଯାଇଛି । ସୁରକ୍ଷା ଅଭାବରୁ ଅନେକ ସମୟ ଭୟ ଓ ଆଶଙ୍କାରେ ଦିନ ବିତୁଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details