ଓଡିଶା

odisha

ETV Bharat / state

ସ୍ବାମୀ ସାଜିଲା ସଇତାନ, ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା - ପରକୀୟା ପ୍ରୀତି

ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ବାମୀ ସାଜିଲା ସଇତାନ । ପରକୀୟା ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ଅନୁଗୋଳ

By

Published : Aug 20, 2019, 1:22 AM IST

ଅନୁଗୋଳ: ପରକୀୟା ପ୍ରୀତି ସନ୍ଦେହ ରେ ସ୍ତ୍ରୀ କୁ ହତ୍ୟା କରିଛି ସ୍ବାମୀ । ପରେ ଫେରାର ହୋଇଯାଇଛି ସ୍ଵାମୀ। ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଗଦାଧରପୁର ଗାଁ ରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ପରକୀୟା ପ୍ରୀତି ସନ୍ଦେହ କାରଣରୁ ନିଜ ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର ହୋଇଥିବା ଜଣାପଡ଼ିଛି। ଗଦାଧରପୁର ଗାଁର ଶେଷ କୁଦେଇ ତାର ଦ୍ବିତୀୟ ସ୍ତ୍ରୀ ରାସେଶ୍ବରୀ କୁଦେଇ କୁ ମାରଣାସ୍ତ୍ର ରେ ହାଣି ହତ୍ୟା କରିଥିବା ଜଣା ପଡିଛି । ରାସେଶ୍ଵରୀ ଶେଷର ଦ୍ଵିତୀୟ ସ୍ତ୍ରୀ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details