ଓଡିଶା

odisha

ETV Bharat / state

ଦୁଇ ବନ୍ଧୁଙ୍କ ବିବାଦ ଅଟକାଇବାକୁ ଯାଇ ବଳି ପଡିଲା ଯୁବକ

ଦୁଇ ଜଣଙ୍କ ବିବାଦର ସମାଧାନ କରିବାକୁ ଯାଇ ହତ୍ୟାର ଶିକାର ହେଲେ ଯୁବକ । ଅନୁଗୋଳ ଜିଲ୍ଲା ପୁରୁଣାକୋର୍ଟ ଥାନା ବଡଖେତା ଗାଁର ଘଟଣା । ଅଧିକ ପଢ଼ନ୍ତୁ...

By

Published : Nov 14, 2019, 7:00 PM IST

ଝଗଡା ରୋକିବାକୁ ଯାଇ ହେଲେ ହତ୍ୟାର ଶିକାର

ଅନୁଗୋଳ: ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବିବାଦର ସମାଧାନ କରିବାକୁ ଯାଇଥିବା ଯୁବକଙ୍କୁ ଛୁରି ଭୁସି ହତ୍ୟା । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପୁରୁଣାକୋର୍ଟ ଥାନା ବଡଖେତା ଗାଁରେ ।

ଝଗଡା ରୋକିବାକୁ ଯାଇ ହେଲେ ହତ୍ୟାର ଶିକାର

ଗାଁର ବରଜୁ ପଧାନକୁ ସେହି ଗାଁର ଦ୍ଵାରି ଭୋଇକୁ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ବୁଧବାର ସନ୍ଧ୍ୟାରେ ଦ୍ଵାରି ଭୋଇ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହାକୁ ଅଟକାଇବାକୁ ଯାଇଥିଲା ବରଜୁ । ତେବେ କାହିଁକି ଝଗଡା ଅଟକାଉଛୁ ବୋଲି କହି ଦ୍ଵାରି ବରଜୁକୁ ଘରୁ ଡାକି ନେଇ ଧରିଥିବା ଛୁରିରେ ତା ତଣ୍ଟିକୁ କାଟି ଦେଇଥିଲା । ଘଟଣାସ୍ଥଳରେ ବରଜୁର ମୃତ୍ୟୁ ହୋଇଥିଲା । ଖବର ପାଇ ଗୁରୁବାର ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏହା ଅପହଞ୍ଚ ଇଲାକା ହୋଇଥିବାରୁ ବିଳମ୍ବରେ ପୋଲିସ ଖବର ପାଇଥିଲା। ସେପଟେ ହତ୍ୟାକାଣ୍ଡ ପରେ ଦ୍ଵାରି ଫେରାର ଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details