ଅନୁଗୋଳ:ଜଙ୍ଗଲୀ ଜନ୍ତୁ ପାଇଁ ବିଛା ହୋଇଥିବା ଜାଲରେ ପଡି ଚାଲିଗଲା ମଣିଷ ଜୀବନ । ଅନୁଗୋଳ ଜିଲ୍ଲା ପୁରୁଣା କୋଟା ଥାନା ରୋଡସିଙ୍ଗା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା ।
ସୂଚନାଅନୁସାରେ, ଜନ୍ତୁ ଶିକାର ପାଇଁ ଶିକାରୀ ବିଦ୍ୟୁତ ତାର ବିଛାଇଥିଲା । ରୋଡସିଙ୍ଗା ଗାଁର ଉମାକାନ୍ତ ପ୍ରଧାନ କୌଣସି କାମରେ ଜଙ୍ଗଲକୁ ଯାଇଥିଲେ । ଦୁର୍ଭାଗ୍ୟବସତଃ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ ଉମାକାନ୍ତ । ଫଳରେ ଘଟଣାସ୍ଥଳରେ ହିଁ ଉମାକାନ୍ତଙ୍କର ମୃତ୍ୟୁ ହୋଇଛି ।