ଓଡିଶା

odisha

ମା'ଙ୍କ ମହାଷ୍ଟମୀ ପୂଜା, ମନ୍ତ୍ର ଧ୍ଵନିରେ କମ୍ପୁଛି ପୂଜା ମଣ୍ଡପ

By

Published : Oct 3, 2022, 4:38 PM IST

ଅନୁଗୋଳର ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଅଧିକ ପଢନ୍ତୁ

ମା'ଙ୍କ ମହାଅଷ୍ଟମୀ ପୂଜା ,ମନ୍ତ୍ର ଧ୍ଵନିରେ କମ୍ପୁଛି ପୂଜା ମଣ୍ଡପ
ମା'ଙ୍କ ମହାଅଷ୍ଟମୀ ପୂଜା ,ମନ୍ତ୍ର ଧ୍ଵନିରେ କମ୍ପୁଛି ପୂଜା ମଣ୍ଡପ

ଅନୁଗୋଳ: ଆଜି (ସୋମବାର) ମା' ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଅନୁଗୋଳ ଜିଲ୍ଲା । ଦୀର୍ଘ ଦୁଇ ବର୍ଷର କୋରୋନା କଟକଣା ପରେ ମାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଦେଇଛି । ସକାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇ ସହରର ବିଭିନ୍ନ ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମହାଅଷ୍ଟମୀ ପୂଜା ଅବସରରେ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଅନୁଗୋଳ ସହରରେ ଥିବା ସମସ୍ତ ପୂଜା ମଣ୍ଡପ ଗୁଡିକରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ।

ମା'ଙ୍କ ମହାଅଷ୍ଟମୀ ପୂଜା ,ମନ୍ତ୍ର ଧ୍ଵନିରେ କମ୍ପୁଛି ପୂଜା ମଣ୍ଡପ

ଏହା ମଧ୍ୟ ପଢନ୍ତୁ-ମା'ଙ୍କ ମହାଷ୍ଟମୀ ପୂଜା, ବିଜିପୁର ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ

ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁ ମାନେ ଉପବାସ ରହି ମା'ଙ୍କୁ ଦର୍ଶନ କରୁଛନ୍ତି । ସହରର ୧୧ ଟି ସ୍ଥାନରେ ଦେବୀ ଦୁର୍ଗା ଙ୍କୁ ଆରାଧନା କରାଯାଉଛି । ସକାଳୁ ସୂର୍ଯ୍ୟ ପୂଜା ସହ ସକଳ କର୍ମଶେଷ ପରେ ଷୋଡଶ ଉପଚାରରେ ଦେବୀ ଦୁର୍ଗାଙ୍କ ପୂଜା ହୋଇଛି, ଏହାପରେ ସଂଧିପୂଜା ଆରମ୍ଭ ହେବ । ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପରେ ମଣ୍ଡପରେ ନାହିଁ ନଥିବା ଭିଡ ହୋଇଛି । ହାତରେ ପୂଜାଥାଳି ଧରି ଶ୍ରଦ୍ଧାଳୁ ମାନେ ମା'ଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରିଛନ୍ତି । ସହରର ସମସ୍ତ ପୂଜା ମଣ୍ଡପରେ ମହା ଆଡମ୍ବରରେ ମା'ଙ୍କ ଦୁର୍ଗାଷ୍ଟମୀ ପୂଜା କରାଯାଉଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି ।

ଏନେଇ ପୂଜକ କହିଛନ୍ତି ଯେ, ''ଆଜି ମା'ଙ୍କ ମହା ଅଷ୍ଟମୀ ପୂଜା ଅନୁଷ୍ଠିତ ହେଇଯାଇଛି, ସକାଳୁ ସୂର୍ଯ୍ୟ ପୂଜା ସହ ସକଳ କର୍ମଶେଷ ପରେ ପୂଜା ଆରମ୍ଭ ହୋଇଯାଇଥିଲା । ମାଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ମଧ୍ୟ ସମାଗମ ହୋଇଛି ।''

ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ସ୍ଵପ୍ନା ମଣ୍ଡଲ କହିଛନ୍ତି ଯେ, ''କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ମାଙ୍କୁ ମଣ୍ଡପରେ ଦର୍ଶନ କରିପାରିନଥିଲୁ, କିନ୍ତୁ ଚଳିତ ବର୍ଷ ଦର୍ଶ କରିବାକୁ ସୁଯୋଗ ପାଇଥିବାରୁ ବହୁତ ଖୁସି ଲାଗୁଛି, ଆଜି ମହା ଅଷ୍ଟମୀରେ ମାଙ୍କୁ ଦର୍ଶନ କରି ଆଶିଷ ଲାଭ କରିଛୁ ।''

ଚଳିତ ଥର ଅମଲାପଡା, ଶିମିଳିପଡା, ହେମସୁରପଡା, ଷ୍ଟେସନ, ଗୀତାଗ୍ରାମ, ହୁଲୁରିଶିଙ୍ଘା ଓ ଦଶହରା ପଡିଆକୁ ଛାଡି ଦେଲେ ଅନେକ ମଣ୍ଡପରେ ହର ପାର୍ବତୀଙ୍କୁ ମଧ୍ୟ ଆରାଧନା କରାଯାଉଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details