ଓଡିଶା

odisha

ETV Bharat / state

ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ, ଲକ୍ଷାଧିକ ଟଙ୍କା ଲୁଟିଲେ ଦୁର୍ବୃତ୍ତ - loot

ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ । ଭୁଜାଲିରେ ଆକ୍ରମଣ କରି ଲୁଟିଲେ ଟଙ୍କା । ନିଜ ବାଇକ ଯୋଗେ ସେ ଗାଁରୁ ଜରପଡା ଯାଉଥିବାବେଳେ ଘଟିଥିଲା ଦୁର୍ଘଟଣା ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

By

Published : Jun 27, 2019, 10:34 AM IST

Updated : Jun 27, 2019, 2:31 PM IST

ଅନୁଗୋଳ : ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଲୁଟ କଲେ ଦୁର୍ବୃତ୍ତ । ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ପୀଡିତ । ଏଭଳି ଘଟଣା ଘଟିଛି ଅନୁଗୋଳ ଜରପଡା ଥାନା ଅମାନ୍ତପୁର ନିକଟରେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ

ଲୁଟ ଶିକାର ହୋଇଛନ୍ତି ଶାବଳ ଭଙ୍ଗା ଗାଁର ଛେଳି ବ୍ୟବସାୟୀ ଦିଗାମ୍ବର ସାହୁ । ଦିଗାମ୍ବର ନିଜ ମୋଟର ସାଇକେଲ ଯୋଗେ ଜରପଡା ଅଭିମୁଖେ ଯାଉଥିବାବେଳେ ହଠାତ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ଆଉ ତାଙ୍କ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ ।

ଆକ୍ରମରେ ଦିଗାମ୍ବରଙ୍କ ହାତରେ ଆଘାତ ଲାଗିଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

Last Updated : Jun 27, 2019, 2:31 PM IST

For All Latest Updates

ABOUT THE AUTHOR

...view details