ଅନୁଗୋଳ: ଜିଲ୍ଲାରେ ଥମିବାର ନାମ ନେଉନାହିଁ କୋରୋନା ସଂକ୍ରମଣ । ଏମିତିରେ ବୁଧବାର ପୁଣି ଗୋଟିଏ ଦିନରେ ଚିହ୍ନଟ ହୋଇଛି ମୋଟ 177 ନୂଆ ମାମଲା । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 3224ରେ ପହଞ୍ଚିଥିବା ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ଵାବ ନମୂନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ 4 ଜଣ ଆକ୍ରାନ୍ତ ମଧ୍ୟ ବୁଧବାର ପଜିଟିଭ ଚିହ୍ନଟ ହୋଇଥିବାଜଣା ପଡିଛି । ସେପଟେ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ତାଳଚେର ବ୍ଲକରୁ ସର୍ବାଧିକ 59 ଜଣ ଥିବା ବେଳେ 43ଜଣ ପୁରୁଷ ଓ 16 ଜଣ ମହିଳା ଥିବା ଜିଲ୍ଲା ପ୍ରାଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।
ସେହିପରି ଛେଣ୍ଡିପଦା ବ୍ଳକରୁ 27 ଜଣ (20 ପୁରୁଷ, 7 ମହିଳା), ବଅଁରପାଳ ବ୍ଳକରୁ 26 ଜଣ (18 ପୁରୁଷ, 8 ଜଣ ମହିଳା), କଣିହାଁ ବ୍ଳକରୁ 24 ଜଣ (19 ପୁରୁଷ, 5 ମହିଳା) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମାନ ଭାବେ ଅନୁଗୋଳ ପୌରାଞ୍ଚଳରୁ 18 ଜଣ (12 ପୁରୁଷ, 6 ମହିଳା), ଅନୁଗୋଳ ବ୍ଲକରୁ 13 ଜଣ (13 ପୁରୁଷ), ପାଲଲହଡା ବ୍ଳକରୁ 4 ଜଣ (ଜଣେ ପୁରୁଷ, 3 ମହିଳା), କିଶୋରନଗର ବ୍ଳକରୁ 3 ଜଣ (2 ପୁରୁଷ, ଜଣେ ମହିଳା) ଓ ଆଠମଲ୍ଲିକ ବ୍ଲକରୁ 3 ଜଣ (ଜଣେ ପୁରୁଷ,2 ମହିଳା) ଆକ୍ରାନ୍ତ ହୋଇଥିବା ଜଣାପଡିଛି ।