ଓଡିଶା

odisha

By

Published : Oct 20, 2019, 3:10 PM IST

ETV Bharat / state

ସ୍ବପ୍ନପୁରୀ ପାଲଟିଛି ଅନୁଗୋଳ: ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଗରମ ଗରମ ଠୁଙ୍କାପୁରୀ

ଝଟକୁଛି ଅନୁଗୋଳ । ଆକାଶ ମାର୍ଗରୁ ଅନୁଗୋଳକୁ ଦେଖିଲେ ସତେ ଯେମିତି ଆଖି ଲାଖିଯାଉଛି । ମା’ ଧନଦାତ୍ରୀଙ୍କ ଆବିର୍ଭାବରେ ସମସ୍ତେ ହୋଇଯାଇଛନ୍ତି ଉତ୍ସାହିତ ।

ସ୍ବପ୍ନପୁରୀ ପାଲଟିଛି ଅନୁଗୋଳ: ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଗରମ ଗରମ ଠୁଙ୍କାପୁରୀ

ଅନୁଗୋଳ: ପ୍ରାୟ ୧୭ କିଲୋମିଟର ଅଞ୍ଚଳରେ ଛାଇ ଯାଇଛି ଆଲୋକର ମାଳା । ସବୁଠି ଆକାଶ ଛୁଆଁ ତୋରଣ ଆଉ ରଙ୍ଗ ବେରଙ୍ଗର ଆଲୋକ ତ କେଉଁଠି ପୁଣି ଖଞ୍ଜା ଯାଇଛି ବୈଦ୍ୟୁତିକ ଯନ୍ତ୍ରପାତି । କେଉଁଠି ସ୍ଵପ୍ନପୁରୀର ଭ୍ରମ ତ ପୁଣି କେଉଁଠି ଉଆସରେ ପୂଜା ପାଉଛନ୍ତି ମା’ ଲକ୍ଷ୍ମୀ । ଏ ସବୁ ଦୃଶ୍ୟ ଦେଖିବାକୁ ମିଳୁଛି ଗୋଟିଏ ସ୍ଥାନରେ । ହଁ ଆମେ କହୁଛୁ ଅନୁଗୋଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ସମ୍ପର୍କରେ । ମା’ ଧନଦାତ୍ରୀଙ୍କ ଆବିର୍ଭାବରେ ସମସ୍ତେ ହୋଇଯାଇଛନ୍ତି ଉତ୍ସାହିତ ।

ସ୍ବପ୍ନପୁରୀ ପାଲଟିଛି ଅନୁଗୋଳ: ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଗରମ ଗରମ ଠୁଙ୍କାପୁରୀ
ଝଟକୁଛି ଅନୁଗୋଳ । ଆକାଶ ମାର୍ଗରୁ ଅନୁଗୋଳକୁ ଦେଖିଲେ ସତେ ଯେମିତି ଆଖି ଲାଖିଯାଉଛି । ପୁରା ସହରକୁ ଛାଇ ଯାଇଛି ଆଲୋକର ମାଳା । ଆଉ ତା ସାଗକୁ ଆକାଶ ଛୁଆଁ ତୋରଣ । ଯେ କେହିବି ଦେଖିଲେ ତା ମନ ନିଶ୍ଚୟ ଲାଖିଯିବ । ସନ୍ଧ୍ୟା ହେବା କ୍ଷଣି ବଢି ଯାଉଛି ଭିଡ । କାହିଁ କେତେ ଆଡୁ କେତେ ଦେଖଣାହାରୀଙ୍କ ଭିଡ ଛୁଟୁଛି ଅନୁଗୋଳକୁ । କାହିଁକି ନାଁ ଏଠାରେ ୧୧ ଦିନ ଚାଲେ ମା’ ଗଜ ଲକ୍ଷ୍ମୀଙ୍କ ପ୍ରସିଦ୍ଧ ପୂଜା ଉତ୍ସବ । ବଂରପାଳ ଠାରୁ ସହରର ଶେଷ ସୀମା ପର୍ଯ୍ୟନ୍ତ ପ୍ରାୟ ୧୭ କିଲୋମିଟର ଅଞ୍ଚଳ ସବୁଆଡେ ଛାଇ ଯାଇଛି ରଙ୍ଗୀନ ଆଲୋକ । ମନଲୋଭା ମା’ଙ୍କ ମଣ୍ଡପର ସାଜସଜ୍ଜା ପ୍ରତ୍ୟେକ ଦେଖଣାହାରୀଙ୍କ ମନକୁ ଛୁଇଁଛି । ଏଥର ପାଗ ଭଲ ରହି ଥିବାରୁ ଜମୁଛି ପୂଜା ବଜାର ।

୧୯୬୦ ମସିହାରୁ ଅନୁଗୋଳ ସହରରେ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜାର କଳେବର ବୃଦ୍ଧି ହୋଇଛି । ଏବେ ପ୍ରାୟ ସହର ମଧ୍ୟରେ ୫୦ ରୁ ଅଧିକ ମଣ୍ଡପରେ ମା’ ଲକ୍ଷ୍ମୀଙ୍କୁ କେଉଁଠି ଲକ୍ଷ୍ମୀ ନାରାୟଣ ତ କେଉଁଠି ଗଜଲକ୍ଷ୍ମୀ ରୂପରେ ପୂଜା କରାଯାଉଛି । ଏଥର ବଜାର ଛକ ମଣ୍ଡପ ସ୍ଵପ୍ନ ପୁରୀ ମଧ୍ୟରେ ଲକ୍ଷ୍ମୀ ନାରାୟଣଙ୍କୁ ଆରାଧନା କରୁଛି । ସେହିପରି ଡେଲି ମାର୍କେଟ ପୂଜା କମିଟି ଥ୍ରୀଡି ଏଫେକ୍ଟରେ ପୂଜା କରୁଛି ମା’ ଲକ୍ଷ୍ମୀଙ୍କୁ । ସବୁଠାରୁ ଉଚ୍ଚତ୍ତମ ତୋରଣ ନିର୍ମାଣ କରିଛି କାଞ୍ଚନ ବଜାର ଯାହା ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

ପୂଜା ବୁଲା ସାଙ୍ଗକୁ ଦୋଳି ଖେଳ ଓ ଚାଟ୍‌ ଖିଆର ମଜାକୁ କେହି ହାତ ଛଡା କରୁ ନାହାଁନ୍ତି । ହଁ ପୂଜା ବୁଲାର ସ୍ମୃତିକୁ ମଧ୍ୟ ସାଇତି ରଖିବା ପାଇଁ ଯୁବପୀଢୀ ସେଲଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି । ପୂଜା ଆହୁରି ତିନିଦିନ ଥିବାରୁ ଅଧିକ ଭିଡ ହେବାର ଆଶା କରାଯାଉଛି । ଆସନ୍ତା ୨୩ ତାରିଖରେ ହେବ ମା’ଙ୍କ ଭସାଣୀ ସହ ମେଳଣ ଶୋଭାଯାତ୍ରା ।

ଅନୁଗୋଳରୁ ସଂଗ୍ରାମରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details