ଅନୁଗୋଳ:ଭୂମିହୀନଙ୍କୁ ପ୍ରଶାସନ ତରଫରୁ ଦିଆଯାଇଥିବା ଜମିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ । ଏହାର ପ୍ରତିବାଦ କରି ଶତାଧିକ ଗ୍ରାମବାସୀ ଅନୁଗୋଳ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଅନୁଗୋଳ ବ୍ଲକର ନୂଆ ମୌଜା ପଞ୍ଚାୟତରେ ବସବାସ କରୁଥିବା ପ୍ରାୟ ୧୦୦ଟି ପରିବାରକୁ ପ୍ରଶାସନ ତରଫରୁ ଜମି ଯୋଗାଇ ଦିଆଯାଇଛି । ସେହି ପରିବାର ଗୁଡିକ ନୂଆ ମୌଜା ଠାରେ ଥିବା ସରକାରୀ ଜାଗାରେ ବସ୍ତି କରି ରହିଛନ୍ତି ।
ତେଣୁ ସେମାନଙ୍କୁ ଶ୍ୟାମସୁନ୍ଦରପୁର ଗାଁ ନିକଟରେ ଥିବା ପ୍ରାୟ ୬ଏକର ଜମିରେ ପଟ୍ଟା ଦିଆଯାଇଛି । ହେଲେ ଶ୍ୟାମ ସୁନ୍ଦରପୁର ଗାଁର ଲୋକେ ସେଠାରେ ଜମି ଛାଡିବାକୁ ଚାହୁଁ ନାହାଁନ୍ତି । ସେହି ଜମିରେ ସେମାନେ ନିଜର ଗାଈଗୋରୁ ଚରାଉଛନ୍ତି । ସେହି ରାସ୍ତା ଦେଇ ବିଭିନ୍ନ କାମରେ ଲୋକେ ଜଙ୍ଗଲକୁ ଯାଉଛନ୍ତି । ତେଣୁ ସେହି ଜମି ଛାଡିଦେଲେ ଗ୍ରାମବାସୀଙ୍କ ବହୁ ଅସୁବିଧା ହେବ ବୋଲି କହିଛନ୍ତି ଗ୍ରାମବାସୀ ।