ଓଡିଶା

odisha

ETV Bharat / state

NTPCରେ କୋଇଲା ନିଅଣ୍ଟ, ଉତ୍ତର ଭାରତରେ ବିଜୁଳି ସଙ୍କଟ ଆଶଙ୍କା - 5th day

କଣିହାଁସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ NTPCରେ ଦେଖା ଦେଇଛି କୋଇଲା ସଙ୍କଟ । ଗତ 5ଦିନ ଧରି ବନ୍ଦ ରହିଛି କୋଇଲା ଖଣି । ଆଜି ପୁଣି ଲିଙ୍ଗରାଜ କୋଇଲା ଖଣିର ରେଲୱେ ସାଇଡିଂରେ ଆନ୍ଦୋଳନ ଆରମ୍ଭ ହୋଇଛି । ଫଳରେ କମ୍ପାନୀକୁ କୋଇଲା ଯୋଗାଣରେ ବାଧା ଉପୁଜିଛି । ସେପଟେ ବିଦ୍ୟୁତ ଉତ୍ପାଦନ କମିବାରୁ ଉତ୍ତର ଭାରତରେ ବିଜୁଳି ସଙ୍କଟ ଦେଖାଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Feb 17, 2019, 3:50 PM IST

ଅନୁଗୋଳ: କଣିହାଁସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ NTPCରେ ଦେଖା ଦେଇଛି କୋଇଲା ସଙ୍କଟ । ଗତ 5ଦିନ ଧରି ବନ୍ଦ ରହିଛି କୋଇଲା ଖଣି । ଆଜି ପୁଣି ଲିଙ୍ଗରାଜ କୋଇଲା ଖଣିର ରେଲୱେ ସାଇଡିଂରେ ଆନ୍ଦୋଳନ ଆରମ୍ଭ ହୋଇଛି । ଫଳରେ କମ୍ପାନୀକୁ କୋଇଲା ଯୋଗାଣରେ ବାଧା ଉପୁଜିଛି । ସେପଟେ ବିଦ୍ୟୁତ ଉତ୍ପାଦନ କମିବାରୁ ଉତ୍ତର ଭାରତରେ ବିଜୁଳି ସଙ୍କଟ ଦେଖାଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

କୋଇଲା ସଙ୍କଟ ଯୋଗୁଁ ପ୍ଲାଣ୍ଟର କମ୍ପାନୀ ପକ୍ଷରୁ 6ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ବନ୍ଦ କରାଯାଇଛି । 3000 ମେଗାୱାଟ ବିଶିଷ୍ଟ ଏହି ପାୱାର କମ୍ପାନୀରୁ ଏବେ ମାତ୍ର 2500 ମେଗାୱାଟ ବିଜୁଳି ଉତ୍ପାଦିତ ହେଉଛି । ଏହାଛଡା ଯେଉଁ 5ଟି ୟୁନିଟ ଚାଲୁଛି ତା ପୁଣି ଲୋ ଏମ୍ପିୟାରରେ । ଏହାଛଡା କମ୍ପାନୀ ଷ୍ଟକୟାଡ଼ରେ ଆଉ ମାତ୍ର 1ଲକ୍ଷ ଟନ କୋଇଲା ମହଜୁଦ ରହିଛି ।

ଆନ୍ଦୋଳନ ଯୋଗୁଁ NTPCକୁ ଖଣ୍ଡେ ହେଲେ ବି କୋଇଲା ଆସି ପାରୁନାହିଁ । ଏହି ପ୍ଲାଣ୍ଟ ପୂର୍ଣ୍ଣ କ୍ଷମତାରେ ଚାଲିବା ପାଇଁ ଦୈନିକ 55000 ମେଟ୍ରିକ ଟନ କୋଇଲାର ଆବଶ୍ୟକତା ଥାଏ । ବର୍ତ୍ତମାନ ଏହି ଆନ୍ଦୋଳନ ଯୋଗୁଁ କମ୍ପାନୀ ବନ୍ଦ ହେବା ଭଳି ସ୍ଥିତି ଉପୁଜିଥିବା କୁହାଯାଇଛି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ନ୍ୟୁଜ

For All Latest Updates

ABOUT THE AUTHOR

...view details