ଓଡିଶା

odisha

ETV Bharat / state

ଦାଦନ ଜୀବନ: ଅସହ୍ୟ ଯନ୍ତ୍ରଣା,ଅଦେଖା ଲୁହର କାହାଣୀ - Angul

ଅକଥନୀୟ ନିର୍ଯାତନ। ପ୍ରତିବାଦ କଲେ ହେଉଥିଲା ବେଲ୍ଟର ପ୍ରହାର। ଟିକିଏ କାମରେ ଖିଲାପ କଲେ ମିଳୁଥିଲା ଇଟା ଓ ପାଇପ ପ୍ରହାର। ହାଇଦ୍ରାବାଦରୁ ଓଡିଶା ଫେରିଥିବା ଦାଦନ ବଖାଣିଛନ୍ତି ନିର୍ଯାତନାର କାହାଣୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Feb 27, 2019, 1:42 PM IST

ଅନୁଗୋଳ: କେତେ ସୁରକ୍ଷିତ ଦାଦନ ଶ୍ରମିକ। ସେମାନଙ୍କସୁରକ୍ଷା ପାଇଁ ସରକାରଙ୍କ କଣ ରହିଛି ଆନ୍ତରିକତା। ହାଇଦ୍ରାବାଦରୁ ଉଦ୍ଧାର ହୋଇଥିବା ଅନୁଗୋଳ ମାଟିଆସାହିର 7 ପରିବାରର ଏହି ନୀରିହ ମଣିଷଙ୍କ କୋହଭରା କାହାଣୀ ହିଁ ସୃଷ୍ଟି କରିଛି ଏଭଳି କିଛି ପ୍ରଶ୍ନ। ଥରେ ଭଲ କରି ନଜର ପକାନ୍ତୁ ଏଦୃଶ୍ୟକୁ। ବେଲ୍ଟ ଓ ପ୍ଲାଷ୍ଟିକ ପାହାରରେ ପିଠି ଫଟା ମାଡ । ଆଉ କାହାକୁ ଗରମ ଇଟା ପକାଇ ଦିଆଯାଇଛି ନିର୍ଯ୍ୟାତନା ।

ଗତ ଜାନୁଆରୀ 4 ତାରିଖରେ ସମ୍ବଲପୁର ଓ ଟିଟିଲାଗଡରେ କାମ ଦେବା ବାହାନାରେ ଏମାନଙ୍କୁ ସୂଦୁର ହାଇଦ୍ରାବାଦ ନେଇଯାଇଥିଲା ମିଟୁ ନାମକ ଜଣେ ଦଲାଲ। ଆଉ ସେଠିକାର ଏକ ଇଟାଭାଟିରେ ଏମାନଙ୍କ ଉପରେ ହୋଇଥିଲା ଅକଥନୀୟ ଅତ୍ୟାଚାର। ପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହୋଇଛନ୍ତି ଏମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏବେବି ହାଇଦ୍ରାବାଦର ଏକ ଏଟାଭାଟିରେ 2 ଶ୍ରମିକ ନିର୍ଯ୍ୟାତିତ ହେଉଥିବା ଏମାନେ ଅଭିଯୋଗ କରିଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦାବି ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details