ଓଡିଶା

odisha

ETV Bharat / state

ଖାଟୁ ଶ୍ୟାମ ମହୋତ୍ସବ ପାଳିଲେ ମାରୱାଡ଼ି ସମ୍ପ୍ରଦାୟ

ଆରମ୍ଭ ହେଲାଣି ଫଗୁଣ ଉତ୍ସବ । ଅନୁଗୋଳରେ ମାରୱାଡ଼ି ସମ୍ପ୍ରଦାୟ ପକ୍ଷରୁ ଆଡ଼ମ୍ବର ଭାବେ ଫଗୁଣ ଉତ୍ସବ ଆୟୋଜିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

khatu shyam mahotsav celebrated by marwadi community in angul
ମାରୱାଡ଼ି ସମ୍ପ୍ରଦାୟରେ ଖାଟୁ ଶ୍ୟାମ ମହୋତ୍ସବ ପାଳିତ

By

Published : Mar 14, 2022, 1:15 PM IST

ଅନୁଗୋଳ:ଆରମ୍ଭ ହେଲାଣି ଫଗୁଣ ଉତ୍ସବ । ଅନୁଗୋଳରେ ମାରୱାଡ଼ି ସମ୍ପ୍ରଦାୟ ପକ୍ଷରୁ ଆଡ଼ମ୍ବର ଭାବେ ଫଗୁଣ ଉତ୍ସବ ଆୟୋଜିତ ହୋଇଯାଇଛି । ଜିଲ୍ଲାରେ ହୋଲି ବା ଦୋଳ ଉତ୍ସବର ପ୍ରାରମ୍ଭିକ ପର୍ବ ଆରମ୍ଭ ହୋଇଯାଇଛି । ଦୋଳ ଉତ୍ସବ ପାଇଁ ମନ୍ଦିରଠୁ ଗାଁ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ଏହି ଉତ୍ସବକୁ ମାରୱାଡ଼ି ସମ୍ପ୍ରଦାୟ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ପୁରାଣ ବର୍ଣ୍ଣିତ କଥା ବସ୍ତୁ ଅନୁଯାୟୀ ଫଗୁଣର ଏହି ଉତ୍ସବକୁ ତିନିଦିନିଆ ଖାଟୁ ଶ୍ୟାମ ମହୋତ୍ସବ ଭାବେ ପାଳନ କରାଯାଏ ।

ମାରୱାଡ଼ି ସମ୍ପ୍ରଦାୟରେ ଖାଟୁ ଶ୍ୟାମ ମହୋତ୍ସବ ପାଳିତ

ମାରୱାଡି ସମାଜର ଶ୍ୟାମ ପରିବାର ଅନୁକୂଲ୍ୟରେ ଶ୍ରୀ ଶ୍ୟାମ ଫଗୁଣ ମହୋତ୍ସବ ବେଶ ଧୁମଧାମରେ ଆରମ୍ଭ ହୋଇଯାଇଛି । ଫଗୁ ଦଶମୀ ଅବସରରେ ଏକ ବିଶାଳ ନିଶାନ ଶୋଭାଯାତ୍ରାର କାର୍ଯ୍ୟକ୍ରମ କରାଯାଇଛି। ସ୍ଥାନୀୟ ଶଙ୍କର ସିନେମା ରୋଡ଼ ସ୍ଥିତ ରାଣୀସତୀ ମନ୍ଦିରରୁ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା ସହ ନଗର ପରିକ୍ରମା କରି ଲଷ୍ମୀ ବଜାର ସ୍ଥିତ ସତ୍ୟନାରାୟଣ ମନ୍ଦିରରେ ପହଞ୍ଚିଥିଲା। ତେବେ ଏହି ଉତ୍ସବ ଆହୁରି ଦୁଇଦିନ ଧରି ପାଳନ ହେବ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details